ଅନ୍ଲାଇନ୍‌ରେ କ’ଣ ସବୁ କିଣନ୍ତି ଆମ ବଲିଉଡ୍ ତାରକା

0
46

ଅନ୍ଲାଇନ୍ ସପିଂର କ୍ରେଜି ଦିନକୁ ଦିନ ବଢ଼ିବାରେ ଲାଗିଛି । କାରଣ ଏହା ଆମର ସମୟ ଓ ଏନର୍ଜି ବଞ୍ଚାଇଥାଏ । ତେଣୁ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସଫି ଉପରେ ନିର୍ଭର କରୁଛନ୍ତି । ଏହି ଧାରାରୁ ବଲିଉଡ୍ ତାରକାମାନେ ମଧ୍ୟ ବାଦ୍ ପଡ଼ିନାହାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ସବୁବେଳେ ରାଜକୀୟ ଜୀବନ ବିତାଉଥିବା ବଲିଉଡ୍ ତାରକାମାନେ ଅନ୍ଲାଇନ୍ରୁ କ’ଣ ସବୁ କିଣୁଥିବେ । ତେବେ ଆମେ ଏ ସମ୍ପର୍କରେ ଆପଣଙ୍କୁ ସୂଚନା ଦେଉଛୁ । ପ୍ରାୟତଃ ଅନ୍ଲାଇନ୍ ସପିଂରେ ଆକ୍ଟିଭ୍ ରହୁଥିବା କେତେଜଣ ତାରକା ହେଉଛନ୍ତି –

ୟାମୀ ଗୌତମ

ୟାମୀ ଓ ତାଙ୍କ ଭଉଣୀ ସୁରିଲି ପ୍ରାୟତଃ ସବୁବେଳେ ଅନ୍ଲାଇନ୍ ସପିଂ କରିଥାନ୍ତି । ସୁରିଲିଙ୍କ ଯୋଗୁଁ ୟାମୀଙ୍କ ଅନ୍ଲାଇନ୍ ସପିଂର ପାଗଳାମୀ ବଢ଼ିଛି ବୋଲି ଚର୍ଚ୍ଚା ହେଉଛି । ସେ ଅନ୍ଲାଇନ୍ରୁ ଡ୍ରେସ୍ ଓ ବିଭିନ୍ନ ଆଧୁନିକ ଗହଣା କିଣିବା ପସନ୍ଦ କରନ୍ତି । ୟାମୀ କହିଛନ୍ତି ଯେ ଅନ୍‌ଲାଇନ ପାର୍ସଲ୍ ପହଞ୍ଚାଇବା ଏବଂ ପୁଣି ଫେରାଇବା ପାଇଁ ତାଙ୍କ ୱାଚ୍ମ୍ୟାନ୍ଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଛି । ୟାମୀଙ୍କ କହିବା ଅନୁଯାୟୀ ଜବ୍‌ ୱିମେନ୍‌ଙ୍କ ପାଇଁ ଅନ୍‌ ଲାଇନ୍‌ ସପିଂ ବହୁତ ଭଲ । କାରଣ ଗୋଟିଏ ପ୍ଲାଟ୍‌ଫର୍ମରେ ସବୁକିଛି ମିଳିପାରୁଛି ।

ତାପସି ପନ୍ନୁ

ସପିଂ କରିବା ତାପସିଙ୍କୁ ଖୁବ୍ ପସନ୍ଦ । ପୋଷାକ ପରିପାଟିରୁ ଆରମ୍ଭ କରି ଘରକରଣାର ସବୁ ଜିନିଷ ସେ ଅନ୍ଲାଇନ୍ ସପିଂ ମାଧ୍ୟମରେ ହିଁ କରନ୍ତି । ଏମିତିକି ଡଷ୍ଟବିନ୍ ଓ ଟଏଲେଟ୍ ପେପର୍ ମଧ୍ୟ । ତାପସିଙ୍କ କହିବା ଅନୁଯାୟୀ ଅନ୍ଲାଇନ୍ ସପିଂ ତାଙ୍କ ପାଇଁ ଏକ ବରଦାନ । ସେ ବହୁତ କିଛି କିଣାକିଣି କରନ୍ତି ଏବଂ ପରେ ସେଥିପାଇଁ ଟିକେ ଅବଶୋଷ ବି କରନ୍ତି। କିନ୍ତୁ ଅନ୍ଲାଇନ୍ ସପିଂ କରିବାର ଅଭ୍ୟାସକୁ ସେ କେବେ ମଧ୍ୟ ଛାଡ଼ିପାରିବେ ନାହିଁ ।

ଆୟୁଷ୍ମାନ୍ ଖୁରାନା

ପୁସ୍ତକ ପଢ଼ିବାର ସଉକିନ୍ ଆୟୁଷ୍ମାନ୍ ଖୁରାନା ଅନ୍ଲାଇନ୍ ସପିଂ ମାଧ୍ୟମରେ କେବଳ ବହି କିଣିଥାନ୍ତି । ଆୟୁଷ୍ମାନ୍ କହିଛନ୍ତି ଯେ ଅନ୍ଲାଇନ୍ ବହି ପଢ଼ିବା ଠାରୁ ବହି କିଣିକରି ପଢ଼ିବା ମୋତେ ଭଲ ଲାଗେ । କାରଣ ନୂଆ ବହିର ବାସ୍ନା ଓ ନୂଆ କାଗଜଗୁଡ଼ିକର ଅନୁଭବ ତାଙ୍କୁ ଭଲ ଲାଗେ । ଅଫ୍ଲାଇନ୍ରେ ଆୟୁଷ୍ମାନ୍ ଫ୍ୟାଶନ୍ ସମ୍ପର୍କିତ ସପିଂ କରିବାକୁ ବହୁତ ଭଲପାଆନ୍ତି ।

ସାନ୍ୟା ମଲହୋତ୍ରା

‘ଦଙ୍ଗଲ୍’ ଗାର୍ଲ ସାନ୍ୟା ବାସ୍ତବରେ ମଧ୍ୟ ଖୁବ୍ ଅନୁଶାସିତ । ତେଣୁ ସେ ଅନ୍ଲାଇନ୍ ସପିଙ୍ଗ୍ ପାଗଳାମୀକୁ ଜଲ୍ଦି ନିୟନ୍ତ୍ରଣ କରିପାରିଲେ । ଏକଥା ନିଜେ ସାନ୍ୟା କହିଛନ୍ତି । କିଛି ମାସ ପୂର୍ବରୁ ସାନ୍ୟା ଘରକରଣା ସହିତ ବଡ଼ ବଡ଼ ସପିଙ୍ଗ୍ ମଧ୍ୟ ଅନ୍ଲାଇନ୍ କରୁଥିଲେ । ଏଭଳିକି ପ୍ରତିଦିନ କିଛି ନା କିଛି ଜିନିଷ ଘରକୁ ଆସୁଥିଲା । କିନ୍ତୁ ପରେ ନିଜେ ବୁଝିପାରିଲେ ଯେ ସେ କେତେ ବଦ୍ଖର୍ଚ୍ଚି । ତେଣୁ ଏହି ସପିଙ୍ଗ୍ ପାଗଳାମୀରୁ ନିଜକୁ ଦୂରେଇବାକୁ ଚେଷ୍ଟା କରିଥିଲେ । ଏବେ କେବଳ ହଠାତ୍ ଆବଶ୍ୟକ ପଡ଼ିଲେ ହିଁ ସାନ୍ୟା କିଛି ଜିନିଷ ଅନ୍ଲାଇନ୍ରେ ସପିଙ୍ଗ୍ କରୁଛନ୍ତି ।

ରାଧିକା ମଦନ୍

ଚଳିତବର୍ଷ ବଲିଉଡର ପାଦ ଥାପିଥିବା ନାୟିକା ରାଧିକା ମଦନ୍ ଅନ୍ଲାଇନ୍ ସପିଙ୍ଗ୍ ମାଧ୍ୟମରେ କେବଳ ସନ୍ଗ୍ଲାସେସ୍ କିଣିଥାନ୍ତି । ରାଧିକାଙ୍କ ପାଖରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ସନ୍‌ଗ୍ଲାସ ଅଛି ।

 

 

ଅଧିକ ପାଠ ପାଇଁ କ୍ଲୁିକ୍‌ କରନ୍ତୁ 

ଅମ୍ବାନୀଙ୍କ ପାଇଁ ତାରେ ଜମିନ୍ ପର୍

ଅମ୍ବାନୀଙ୍କ ପାଇଁ ତାରେ ଜମିନ୍ ପର୍

‘ମୋଷ୍ଟ୍ ଟକ୍‌ଡ ଆବାଉଟ୍ ଇଣ୍ଡିଆନ୍ ଆକାଉଣ୍ଟ ୨୦୧୮’ ଜାଣନ୍ତୁ ଶୀର୍ଷରେ କିଏ?

‘ମୋଷ୍ଟ୍ ଟକ୍‌ଡ ଆବାଉଟ୍ ଇଣ୍ଡିଆନ୍ ଆକାଉଣ୍ଟ ୨୦୧୮’ ଜାଣନ୍ତୁ ଶୀର୍ଷରେ କିଏ?

ଡାଲ୍‌ଚିନି ଦେବ ସୌନ୍ଦର୍ଯ୍ୟ ଆଉ ବୟସକୁ କହିବ ବାଏବାଏ

ଡାଲ୍‌ଚିନି ଦେବ ସୌନ୍ଦର୍ଯ୍ୟ ଆଉ ବୟସକୁ କହିବ ବାଏବାଏ