ଧଳାକେଶ ସମସ୍ୟା ପାଇଁ କିଛି ବିୟୁଟି ଟିପସ

ଅନେକ ସମୟରେ କମ୍ ବୟସରେ ହିଁ କେଶ ଧଳା ହେବା ସମସ୍ୟା ଦେଖାଯାଏ । ଶରୀରରେ ପୋଷକ ତତ୍ୱର ଅଭାବ, ଅଧିକ ଜଙ୍କଫୁଡ୍ ସେବନ ଓ ପରିବେଶ ପ୍ରଦୂଷଣ ଏହାର ମୁଖ୍ୟ କାରଣ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀ ମାନେ ମତ ଦେଇଥାନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିୟୁଟି ପାର୍ଲର କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । ଏହା ବ୍ୟତୀତ କିଛି ଘରୋଇ ଉପାୟ ମଧ୍ୟ ରହିଛି, ଯାହାଦ୍ୱାରା ଅସମୟରୁ ସୃଷ୍ଟି ହେଉଥିବା ଧଳାକେଶ ସମସ୍ୟାରୁ ମୁକ୍ତି ମିଳିପାରିବ ।

ଆସନ୍ତୁ ଜାଣିବା ସେ ସମ୍ପର୍କିତ କିଛି ବିୟୁଟି ଟିପ୍ସ୍-
୧- ଧଳା କେଶ ସମସ୍ୟା ପାଇଁ ଅଂଳା ପାଉଡର୍ କିମ୍ବା ଜୁସ୍ ସବୁଠାରୁ ଭଲ ବିକଳ୍ପ । ଅଂଳାର ଜୁସ୍ ନେଇ ସେଥିରେ ଅଳ୍ପ ପରିମାଣରେ ଲେମ୍ବୁ ରସ ମିଶାନ୍ତୁ । ଏହାକୁ କେଶ ଓ କେଶମୂଳରେ ଭଲ ଭାବେ ଲଗାନ୍ତୁ । କିଛି ସମୟ ରଖିବା ପରେ ଖାଲି ପାଣିରେ ଧୋଇଦିଅନ୍ତୁ । ମନେ ରଖନ୍ତୁ ଧୋଇବା ସମୟରେ ସାମ୍ପୁ ବ୍ୟବହାର କରନ୍ତୁ ନାହିଁ ।
୨- ୩ଟି ବଡ଼ ପିଜାଅ ନେଇ ତାହାର ଏକ ଗାଢା ପେଷ୍ଟ୍ ବନାନ୍ତୁ । ଏହାକୁ କେଶ ମୂଳରେ ଲଗାଇ ୩୦ ମିନିଟ୍ ଛାଡ଼ିଦଅନ୍ତୁ । ପିଆଜର ବାସ୍ନା ଦୂର କରିବା ପାଇଁ ସାମ୍ପୁ ଲଗାଇ କେଶ ସଫା କରିପାରିବେ ।
୩- ରାଶିକୁ ଗୁଣ୍ଡ କରି ସେଥିରେ ବାଦାମ୍ ତେଲ ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାକୁ କେଶମୂଳରେ ଲଗାଇ ପ୍ରାୟ ୧ ଘଣ୍ଟା ରଖନ୍ତୁ । ଏହାପରେ କେବଳ ପାଣିରେ କେଶ ସଫା କରନ୍ତୁ ।

Leave a Reply

Your email address will not be published.