ଏବେ ଜିଓ ଫୋନରେ ବି ହ୍ୱାଟ୍ସଆପ୍

0
109

ଭୁବନେଶ୍ୱର, (ଓଟି): ଏବେ ରିଲାଏନ୍ସ ଜିଓ ଫୋନରେ ହ୍ୱାଟ୍‍ସଆପ୍‍ ଉପଲବ୍ଧ ହେବ । ଏହାଦ୍ୱାରା ୧୦ ଲକ୍ଷରୁ ଅଧିକ ଜିଓ ଫୋନ୍‍ ବ୍ୟବହାରକାରୀ ତାଙ୍କ ଫୋନ୍‍ରେ ବିନା କୌଣସି ପରିଶ୍ରମରେ ହ୍ୱାଟ୍ସଆପ୍‍ରେ କଥା ହେବା ସଙ୍ଗେ ଚ୍ୟାଟ୍‍ ବି କରିପାରିବେ । ସୋମବାରଠାରୁ ଏହି ସେବା ପ୍ରତ୍ୟେକ ଜିଓ ଫୋନ୍‍ ବ୍ୟବହାରକାରୀଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି ବୋଲି ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ନିର୍ଦ୍ଦେଶକ ଆକାଶ ଅମ୍ବାନୀ ପ୍ରକାଶ କରିଛନ୍ତି ।
ମାତ୍ର ୫୦୧ ଟଙ୍କାରେ ସମସ୍ତଙ୍କ ହାତରେ ଫିଚର୍‍ ଫୋନ୍‍ ଜରିଆରେ ଟିଭି, ମ୍ୟୁଜିକ୍‍, ଗୁଗୁଲ୍‍ ମ୍ୟାପ୍‍, ଫେସ୍‍ବୁକ୍‍ ଓ ଇଣ୍ଟରନେଟ୍‍ ବ୍ୟବହାର ପହଞ୍ଚାଇଥିବା ଜିଓ ଫିଚର୍‍ ଫୋନ୍‍ର ଏହି ସେବା ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ପ୍ରକାଶ କରାଯାଇଛି । ଏକ ବିଜ୍ଞପ୍ତି ଜରିଆରେ ଜିଓ ପକ୍ଷରୁ କୁହାଯାଇଛି ଯେ, ସେମାବାରଠାରୁ ଏହି ସେବାର ଶୁଭାରମ୍ଭ ହୋଇଛି । ୨୦ ସେପ୍ଟେମ୍ବର ମଧ୍ୟରେ ସମସ୍ତ ଗ୍ରାହକଙ୍କ ପାଖରେ ଏହି ସେବା ପହଞ୍ଚାଇବାର ଲକ୍ଷ୍ୟ ରଖା ଯାଇଛି ।

ଜିଓ ଫୋନ୍‍ ହେଉ ବା ଜିଓ-୨ ଫୋନ୍‍ ହେଉ, ଗ୍ରାହକମାନେ ସେମାନଙ୍କ ଫୋନ୍‍ରେ ଜିଓ ଆପ୍‍ ଷ୍ଟୋର୍‍କୁ ଯାଇ ହ୍ୱାଟ୍ସଆପ୍‍ ଡାଉନ୍‍ଲୋଡ୍‍ କରିପାରିବେ। ଏଥିପାଇଁ ଏକ ଭଏସ୍‍ ହେଲ୍ପଲାଇନ୍‍ ମଧ୍ୟ ଆରମ୍ଭ କରାଯାଇଛି । ଯାହାର ନମ୍ବର ରହିଛି ୧୯୯୧ । ଏହି ଫୋନ୍‍ ନମ୍ବରରେ କଲ୍‍ କରି ଆବଶ୍ୟକ ସହାୟକ ସୂଚନା ମଧ୍ୟ ଗ୍ରହକ ପାଇପାରିବେ ।

ଏଯାଏ ହ୍ୱାଟ୍‍ଆପ୍‍ ଆଣ୍ଡ୍ରଏଡ୍‍, ଆଇଏଓଏସ୍‍ ବା ୱିଣ୍ଡୋଜ୍‍ ଅପରେଟିଂ ସିଷ୍ଟମ୍‍ ଥିବା ସ୍ମାର୍ଟ ଫୋନ୍‍ରେ ଉପଲବ୍ଧ ହେଉଥିଲା ।

ଜିଓର ଏହି ସେବା ଦ୍ୱାରା ଅଧିକରୁ ଅôଧକ ଫିଚର ଫୋନ୍‍ ବ୍ୟବହାରକାରୀ ଜିଓ ସେବା ପାଇଁ ଆକୃଷ୍ଟ ହେବେ ବୋଲି କମ୍ପାନୀ ଆଶା ରଖିଛି । ଭାରତରେ ସମୁଦାୟ ମୋବାଇଲ୍‍ ଉପଭୋକ୍ତାଙ୍କ ଭିତରୁ ଦୁଇ ତୃତୀୟାଂଶ ଫିଚର ଫୋନ୍‍ ବ୍ୟବହାରକାରୀ ହୋଇଥିବାରୁ ଏବେ ସେମାନଙ୍କୁ ଆକୃଷ୍ଟ କରିବା ଲାଗି ରିଲାଏନ୍ସର ଏହି ହ୍ୱାଟ୍ସଆପ୍‍ ଅଫର ଏକ ଗୁରୁତ୍ୱପୂର୍ଣ୍ଣ ନ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

ଜିଓର ଏହି ନୂଆ ଆପ୍ରେ ରହିଛି ହ୍ୱାଟ୍ସ ଆପ୍ର ସର୍ବୋତ୍ତମ ସୁବିଧା ଯେଭଳିକି ଦ୍ରୁତ ଓ ଭରସାଯୋଗ୍ୟ ମେସେଜିଙ୍ଗ୍, ଫଟୋ ଓ ଭିଡିଓ ପଠାଇବା ସୁବିଧା, ଏବଂ ସବୁକିଛି ଏଣ୍ଡ-ଟୁ-ଏଣ୍ଡ୍ ଏନ୍କ୍ରିପ୍ଟେଡ୍ । ଏଥିସହିତ କି-ପ୍ୟାଡର କିଛିମାତ୍ର ବଟନ ଦବାଇ ସହଜରେ ରେକର୍ଡିଙ୍ଗ କରି ଭଏସ୍ ମେସେଜ୍ ପଠାଯାଇପାରିବ । ନିଜ ଜିଓ ଫୋନ୍ରେ ଏହି ସେବା ଆରମ୍ଭ କରିବା ପାଇଁ ଜିଓ ଫୋନ ବ୍ୟବହାରକାରୀମାନେ କେବଳ ନିଜର ଫୋନ ନମ୍ବର ଭେରିଫାଏଡ୍ କରି ଅନ୍ୟ ହ୍ୱାଟସ୍ ଆପ୍ ବ୍ୟବହାରକାରୀମାନଙ୍କ ସହିତ ବ୍ୟକ୍ତିଗତ ତଥା ଗ୍ରୁପରେ ଚାଟ୍ କରିପାରିବେ ।

ଏହି ଅବସରରେ ହ୍ୱାଟ୍ସ ଆପର ଉପସଭାପତି ଶ୍ରୀ କ୍ରିସ୍ ଡାନିଏଲ୍ସ ପ୍ରକାଶ କରିଛନ୍ତି ଯେ ‘‘ଏବେ ଭାରତରେ ଅତ୍ୟାଧୁନିକ ଜିଓ ଫୋନ୍ ବ୍ୟବହାର କରୁଥିବା ନିୟୁତାଧିକ ଲୋକ ହ୍ୱାଟ୍ସଆପ୍ ବ୍ୟକ୍ତିଗତ ମେସେଜିଙ୍ଗ୍ ବ୍ୟବହାର କରିପାରିବେ । କବସଙଝ ପାଇଁ ଏହି ନୂଆ ଆପ୍ର ଡିଜାଇନ କରି ଆମେ ଆଶାବାଦୀ ଯେ ଏହା ଜିଓ ଫୋନ ବ୍ୟବହାରକାରୀମାନଙ୍କୁ ସର୍ବୋତ୍ତମ ମେସେଜିଙ୍ଗ୍ ଅନୁଭୂତି ଆଣିଦେବା ସହିତ ଭାରତ ତଥା ବିଶ୍ୱର ଯେ କୌଣସି ଲୋକଙ୍କ ସହ ଯୋଗାଯୋଗରେ ରହିବାରେ ସେମାନଙ୍କୁ ସକ୍ଷମ କରିବ ।’’

 

Loading...