‘ଭାରତ’ର ରେକର୍ଡ଼ ଭାଙ୍ଗିଲା ‘ୱାର୍’

0
26
advertisement

ବକ୍ସଅଫିସ୍ ଯୁଦ୍ଧରେ ଦବଙ୍ଗ ଭାଇଜାନଙ୍କ ‘ଭାରତ’କୁ ପଛରେ ପକାଇ ଆଗକୁ ବଢ଼ିଚାଲିଛି ‘ୱାର୍’ । ଓପନିଙ୍ଗ ଡେ’ କଲେକସନ୍ କ୍ଷେତ୍ରରେ ବଲିଉଡର ସମସ୍ତ ରେକର୍ଡ଼ ଭାଙ୍ଗି ‘ୱାର୍’ ୫୧ କୋଟିର ବ୍ୟବସାୟ କରିଥିଲା । ଏହି ତୁଳନାରେ ଦେଖିବାକୁ ଗଲେ ‘ଭାରତ’ର ଫାଷ୍ଟ ଡେ’ କଲେକସନ୍ ଥିଲା ୪୨.୩୦ କୋଟି । ପ୍ରଥମ ଦିନର ଜବରଦସ୍ତ ବ୍ୟବସାୟ ପରେ ଲଗାତାର ୨ ଦିନ ‘ୱାର୍’ର ବ୍ୟବସାୟ ଫିକା ପଡ଼ିଥିଲେ ମଧ୍ୟ ୱିକଏଣ୍ଡରେ ଏହା ବକ୍ସଅଫିସ୍ ବ୍ୟବସାୟ କ୍ଷେତ୍ରରେ ପୂବ ସମସ୍ତ ରେକର୍ଡ଼ ଭାଙ୍ଗବାରେ ସଫଳ ହୋଇଛି ।

ପ୍ରଥମ ୱିକଏଣ୍ଡରେ ଏହାର ବ୍ୟବସାୟ ହେଉଛି ୧୬୬.୨୫ କୋଟି । ଏହା ମଧ୍ୟରୁ କେବଳ ହିନ୍ଦୀ ଭର୍ସନରେ ଏହାର ବ୍ୟବସାୟ ଥିଲା ୧୫୯.୭୦ କୋଟି ଟଙ୍କା । ତାମିଲ୍ ଓ ତେଲୁଗୁ ଭର୍ସନକୁ ମିଶାଇ ଏହା ବାକି ୬.୫୫ କୋଟି ଟଙ୍କାର ବ୍ୟବସାୟ କରିଛି । ମାତ୍ର ୪ ଦିନ ଭିତରେ ‘ୱାର୍’ ୧୨୩. ୬୦ କୋଟି ଟଙ୍କାର ବ୍ୟବସାୟ କରିଥିଲା । ହ୍ରିତିକ୍ ଓ ଟାଇଗରଙ୍କ ଅଭିନୀତ ଏହି ଫିଲ୍ମ ଖୁବ୍ ଶୀଘ୍ର ୨୦୦କୋଟି ଫିଲ୍ମ କ୍ଲବରେ ସାମିଲ୍ ହେବ ବୋଲି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟମାନେ କହିଛନ୍ତି । ଏହି ତୁଳନାରେ ଦେଖିବାକୁ ଗଲେ ୪ଦିନ ମଧ୍ୟରେ ସଲମାନଙ୍କ ଫିଲ୍ମ ‘ଭାରତ’ ୧୨୨.୨୦ କୋଟିର ବ୍ୟବସାୟ କରିଥିଲା । ୨୦୧୯ରେ ୫ଟି ହାଇଏଷ୍ଟ୍ ଗ୍ରସର୍ ଫିଲ୍ମ ତାଲିକାରେ ‘ୱାର୍’ ୫ମ ସ୍ଥାନ ଅଧିକାର କରିଛି । \n

LEAVE A REPLY

Please enter your comment!
Please enter your name here