ୱାହିଦା ରେହେମାନ୍ ଓ ପ୍ରିୟଦର୍ଶନଙ୍କୁ ରାଷ୍ଟ୍ରୀୟ ‘କିଶୋର କୁମାର’ ସମ୍ମାନ

ଚଳିତବର୍ଷ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ‘କିଶୋର କୁମାର’ ସମ୍ମାନ ପାଇଁ ବଲିଉଡର ଦକ୍ଷ ଅଭିନେତ୍ରୀ ୱାହିଦା ରେହେମାନ୍ ଓ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କୁ ମନୋନୀତ କରାଯାଇଛି । ସିନେମା, ସାହିତ୍ୟ, ପାରମ୍ପାରିକ କଳା, ସମାଜସେବା ଓ ସାଂସ୍କତିକ କ୍ଷେତ୍ରରେ ଉକୃଷ୍ଟ ଦକ୍ଷତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ‘କିଶୋର କୁମାର’ ପୁରସ୍କାର କ୍ଷେତ୍ରରେ ବି ଟାଉନର ଏହି ତାରକାଦ୍ୱୟଙ୍କୁ ୨ ଲକ୍ଷ ଟଙ୍କାର ନଗଦ, ଉପଢ଼ୌକନ ଓ ମାନପତ୍ର ସହିତ ସମ୍ମାନିତ କରାଯିବ । ଏହା ବ୍ୟତୀତ ୨୦୧୮ ପାଇଁ ୧୦ ଲକ୍ଷ ଟଙ୍କାର ରାଷ୍ଟ୍ରୀୟ ମହାତ୍ମା ଗାନ୍ଧି ପୁରସ୍କାର ପୁଣେର ଏକ ସଂସ୍ଥା ‘ଲୋକାୟତ’କୁ ପ୍ରଦାନ କରାଯିବ । ୱାହିଦା ଓ ପ୍ରିୟଦର୍ଶନଙ୍କ ଏଭଳି ସଫଳତାକୁ ନେଇ ପ୍ରଶଂସକ ମହଲ ଗର୍ବିତ ବୋଲି ଏବେ ସୋସିଆଲ୍ ମିଡିଆରେ ଅଗଣିତ ମେସେଜ୍ ଦେଖିବାକୁ ମିଳୁଛି । ୱାହିଦା ଓ ପ୍ରିୟଦର୍ଶନ ମଧ୍ୟପ୍ରଦେଶ ସରକାଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସକଙ୍କ ସହ ଖୁସିକୁ ସେୟାର୍ କରିଛନ୍ତି ।

Leave a Reply