ବସ୍‌ ଓ କାର୍‌ରେ ଯାତ୍ରା କଲେ ବାନ୍ତି ହେଉଛି, ଆପଣାନ୍ତୁ କିଛି ସରଳ ଉପାୟ

ନୂଆ ନୂଆ ଜାଗା ଦେଖିବା କିମ୍ବା କୌଣସି ବଣ ପାହାଡ଼ ଘେରା ଦୂର ସ୍ଥାନକୁ ଯାଇ ପିକ୍ନିକ୍ କରିବା କାହାକୁ ବା ଭଲ ନଲାଗେ । କିନ୍ତୁ ଯାତ୍ରା ସମୟରେ ବାନ୍ତି ହେବାଦ୍ୱାରା ଏହି ଖୁସି ପୁରା ଫିକା ପଡ଼ିଯାଏ । କେବଳ କିଛି ଘରୋଇ ଓ ସରଳ ଟିପ୍ସ ଆପଣାଇବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ତାହେଲେ ଆସନ୍ତୁ ଜାଣିବା – ଯାତ୍ରା ସମୟରେ ବାନ୍ତି ସମସ୍ୟାର ଉପଚାର କ୍ଷେତ୍ରରେ ରାମବାଣ ମହୌଷଧି ହେଉଛି ସେଓ ଜୁସ୍ । ଯାତ୍ରା କରିବା ସମୟରେ ଆପଣ ନିଜ ସହିତ ଆପୁଲ୍ ଜୁସ୍ ନେଇଯାଆନ୍ତୁ । ଯାତ୍ରା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଜୁସର ଗୋଟିଏ ଢୋକ ଆପଣ ପିଅନ୍ତୁ ।

ଏହା ପରେ ପ୍ରତି ୧୦ ମିନିଟ୍ କିମ୍ବା ୧୫ ମିନିଟ୍ ଅନ୍ତରରେ ଏହିପରି ଗୋଟିଏ କିମ୍ବା ୨ଟି ଢୋକ ପିଅନ୍ତୁ । ଯାତ୍ରା ସମୟରେ ପେଟରେ ଏସିଡିଟି ସମସ୍ୟା ଅଧିକ ଦେଖାଦେଇଥାଏ । ତେଣୁ ଏହା ଦ୍ୱାରା ବାନ୍ତି ହୋଇଥାଏ ବା ମୁଣ୍ଡ ବୁଲାଇଥାଏ । କିନ୍ତୁ ସେଓରେ ଥିବା ଆଣ୍ଟି ଏସିଡିଟି ଗୁଣ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ।

ଏହା ବ୍ୟତୀତ ଯାତ୍ରା ସମୟରେ ଆପଣ ପ୍ରତି ୧୦ -୧୫ ମିନିଟ୍ରେ ଗଭୀର ନିଶ୍ୱାସ ନିଅନ୍ତୁ । ଏହାଦ୍ୱାରା ବାନ୍ତି ହେବ ନାହିଁ।

ବ୍ୟାୟାମ କରୁଥିଲେ, ଏହି ଦିଗଟି ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ

ଉପବାସ କରନ୍ତୁ, ସୁସ୍ଥ ରୁହନ୍ତୁ 

Leave a Reply

Your email address will not be published.