ଡେଲିଭରି ବୟରୁ ‘ଡ୍ୟାନ୍ସ ଦିୱାନେ’ ବିଜେତା ବିଶାଲ୍

ଜାମସେଦପୁରର ବିଶାଲ ସୋନକର୍ ଡ୍ୟାନ୍ସ ରିଏଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ ୨’ର ବିଜେତା ହୋଇଛନ୍ତି । ଶୋ’ର ୱିନର୍ ଭାବେ ତାଙ୍କୁ ୧୫ ଲକ୍ଷ ଟଙ୍କା ମିଳିଛି । ଶନିବାର ଦିନ ହୋଇଥିବା ଗ୍ରାଣ୍ଡ୍ ଫିନାଲେ ରାଉଣ୍ଡରେ ବିଶାଲ୍ ବିଜୟ ମୁକୁଟ ପିନ୍ଧିଥିଲେ । କହିରଖୁଛୁ ୨୩ ବର୍ଷୀୟ ବିଶାଲ୍ ଜଣେ ଫୁଡ୍ ଡେିଲିଭରି ବୟ ଭାବେ କାମ କରୁଥିଲେ । କିନ୍ତୁ ଶୋ’ରେ ଭାଗ ନେବା ପାଇଁ ତାଙ୍କୁ ସେହି କାମ ଛାଡ଼ିବାକୁ ପଡ଼ିଥିଲା ।

ମିଡିଆ ସମାନାରେ ଶୋ’ ଓ ନିଜ ଡ୍ୟାନ୍ସ ସମ୍ପର୍କରେ ବିଶାଲ୍ କହିଛନ୍ତି ଯେ – ‘ମୁଁ ‘ଡ୍ୟାନ୍ସ ଦିୱାନେ’ର ବିଜେତା ବୋଲି ନିଜକୁ ବିଶ୍ୱାସ କରିପାରୁନାହିଁ । ମୁଁ କୌଣସି ଟେକନିକାଲ୍ ଡ୍ୟାନ୍ସ ଜାଣିନଥିଲି । କିନ୍ତୁ ଶୋ’ ମାଧ୍ୟମରେ ତାହା ମୁଁ ଜାଣିପାରିଲି । ମୋର ପରିଶ୍ରମର ଫଳ ମୋତେ ମିଳିଛି । ପ୍ରାଇଜ୍ ମନିରେ ମୁଁ ପ୍ରଥମେ ନିଜର ଗୋଟିଏ ଘର କରିବି । ମୋ ଭଳି ବହୁତଜଣ ଦକ୍ଷ କଳାକାର ଅଛନ୍ତି, ଯେଉଁମାନେ ଉଚିତ୍ ଶିକ୍ଷା ଓ ଟ୍ରେନିଂ ପାଇପାରୁନାହାନ୍ତି । ସେଭଳି ପିଲାଙ୍କ ପାଇଁ ମୁଁ ଏକାଡେମି କରିବାକୁ ଚାହେଁ । ମୋର ଭଉଣୀକୁ ଉଚ୍ଚ ଶିକ୍ଷା ଦେବାକୁ ଚାହେଁ ଏବଂ ଯଦି ସୁଯୋଗ ମିଳେ ମୁଁ ମଧ୍ୟ ପୁଣିଥରେ ଶିକ୍ଷାଗ୍ରହଣ କରିବାକୁ ଚାହେଁ । କାରଣ ବାପାଙ୍କର ଡେଥ୍ ହୋଇଯିବା ପରେ ମୋର ପାଠପଢ଼ା ଅଧାରେ ବନ୍ଦ ହୋଇଯାଇଥିଲା । ରଣବୀର୍ ସିଂ ଓ ଶ୍ରଦ୍ଧା କପୁରଙ୍କ କୋରିସଗ୍ରାଫର୍ ହେବା ପାଇଁ ମୁଁ ସ୍ୱପ୍ନ ଦେଖୁଛି । ମୋର ଏହି ସ୍ୱପ୍ନକୁ ପୁରଣ କରିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରିବି ।

Advertisements

Leave a Reply