ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ମହୁମାଛି ଗଳିରେ ଥିବା ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଭିିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ାଉ କରିଛନ୍ତି ।

ଭିଜିଲାନ୍ସ ଭୁବନେଶ୍ବର ନ୍ୟୁ ଫରେଷ୍ଟ ପାର୍କରେ ଥିବା ୩ ମହଲା ଘରେ ଏବଂ  ଭୀମପୁର ମୌଜା, ବାରଙ୍ଗ ଦଧିପାଟଣାରେ ଥିବା ଘର, କେନ୍ଦ୍ରାପଡା ପାଟକୁରାର ବଙ୍ଗାଲପୁରରେ ପୈତୃକ ସମ୍ପତ୍ତି ଓ ଶ୍ବଶୁର ଘରେ ରେଡ୍‌ କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା, କଟକ ଓ ବାଲୁଗାଁରେ ଭିଜିଲାନ୍ସ ଟିମର ଚଢ଼ାଉ ଜାରି ରହିଛି । ତେବେ ଅବସରପ୍ରାପ୍ତ ଅଧିକାରୀଙ୍କ ନାଁରେ କୋଟିଏରୁ ଅଧିକ ସଂପତ୍ତି ଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଜାଣିବାକୁ ପାଇଛନ୍ତି । କିନ୍ତୁ ହିସାବ ପରେ ଏହାର ପ୍ରକୃତ ସଂପତ୍ତି ଜଣାପଡ଼ିବ ।

 

Leave a Reply