ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ

ଜୟପୁର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ମହାନ୍ତିଙ୍କୁ ଅଟକ ମଧ୍ୟ ରଖାଯାଇଛି । ଅନ୍ୟପଟେ କୃଷି ଅଧିକାରୀ ପ୍ରଦୀପଙ୍କ କାରରୁ ୧୧ଲକ୍ଷ ଟଙ୍କା ଜବତ ମଧ୍ୟ କରାଯାଇଛି । ଜୟପୁରରୁ ଭୁବନେଶ୍ୱର ଯିବା ବେଳେ ଭିଜିଲାନ୍ସ ୧୧ଲକ୍ଷ ଟଙ୍କା ଜବତ କରିଥିବା ନେଇ ସୂଚନା ମିଳିଛି ।

ସୂଚନାଅନୁସାରେ, ଭିଜିଲାନ୍ସ ଜାଲରେ ଫସିଥିବା କୃଷି ଅଧିକାରୀ ହେଲେ ପ୍ରଦୀପ ମହାନ୍ତି । ନିକଟରେ ତାଙ୍କର ଭୁବନେଶ୍ୱରକୁ ଟ୍ରାନ୍ସଫର୍ ହୋଇଥିଲା । ସେ କାରରେ ଏତେ ମାତ୍ରାରେ ଟଙ୍କା ନେଇ ଆସୁଥିବା ବେଳେ ଜୟପୁର ଘାଟିରେ ଭିଜିଲାନ୍ସ ଟିମ୍ ଚଢାଉ କରି ଧରିଥିଲା । ଧରିବା ପରେ ତାଙ୍କୁ ଜୟପୁର କୃଷି କାର୍ଯ୍ୟାଳୟ ଅଣାଯାଇ ଜେରା କରାଯାଉଛି ।

Leave a Reply

Your email address will not be published.