ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ
ବରଗଡ଼, (ଓଡିଶା ଟାଇମ୍) : ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ନେଇ ସୂଚନା ମିଳିଛି । ବରଗଡ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଦହିତା ପିଇଓ ପୁରନ୍ଦର ଭୋଇଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଏଥିସହ ପଦ୍ମପୁରସ୍ଥିତ ଆଉ ଏକ ଭଡା ଘରେ ମଧ୍ୟ ଚଢାଉ ହୋଇଛି । ପୁରନ୍ଦରଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତି ଠୁଳ ନେଇ ଅଭିଯୋଗ ହୋଇଥିଲା ।
ଚଢାଉ ପରେ ବିଭିନ୍ନ କାଗଜପତ୍ର ଜବତ କରିବା ସହ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଅନୁସନ୍ଧାନ ଜାରି ରହିଛି ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ । ତେବେ ରାଜ୍ୟରେ ଗତ କିଛି ଦିନ ହେବ ଭିଜିଲାନ୍ସ ଜୋରସୋରରେ ରେଡ୍ କରୁଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଭିଜିଲାନ୍ସ ଜାଲରେ କିଏ ପଡୁଛି ।