ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ  ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ । ତାଳଚେରର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ କରିଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକାସାଙ୍ଗରେ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚନ୍ଦ୍ରମଣି ସାହୁଙ୍କ ତାଳଚେର ସ୍ଥିତ ଅଫିସ , ଢେଙ୍କାନାଳ ସହରର ଟାଉନପ୍ଲାନିଙ୍ଗ ସ୍ଥିତ ବାସଭବନ, ଷ୍ଟେସନ ବଜାର ସ୍ଥିତ ଘର, ମହାବିର ବଜାରରେ ଥିବା ଶ୍ୱଶୁର ଘର , ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର ଏବଂ ଭୁବନେଶ୍ୱର ଟଙ୍କପାଣି ସ୍ଥିତ ଫ୍ଲାଟରେ ଏକା ସାଙ୍ଗେ ଚଢାଉ ଜାରି ରହିଛି । କଟକ ଭିଜିଲାନ୍ସ ଶାଖା ତରଫରୁ ଆଜି ସକାଳ ସମୟରୁ ଏହିସବୁ ସ୍ଥାନରେ ଚଢାଉ ଜାରି ରହିଛି ।

Leave a Reply

Your email address will not be published.