ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାରରେ ବାଇକ୍‌ରେ ପ୍ରବେଶ କଲେ ପୋଲିସ ବାବୁ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ପୁରୀ, (ଓଡିଶା ଟାଇମ୍): ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ମନ୍ଦିର ଭିତରେ ପଶୁଛି ପୁଲିସବାବୁଙ୍କ ବାଇକ୍‌। ଯାହାର ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ତେବେ ଏହି ଘଟଣା କେବେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସେପଟେ ଏନେଇ ପୁରୀ ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ପୁଲିସ୍‌ବାବୁ ବାଇକ୍‌ ଧରି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚୁଛନ୍ତି। ପୁଲିସ୍‌ବାବୁ ଡ଼ାକ ପକାଇବା ପରେ ସିଂହଦ୍ୱାର ଭିତର ପାର୍ଶ୍ୱରୁ ଜଣେ କିଏ ଆସି ଦ୍ୱାର ଖୋଲୁଛନ୍ତି। ଆଉ ତା’ପରେ ପୁଲିସବାବୁ ବାଇକ୍‌ ଚଢ଼ି ଗୁଣ୍ଡିଚା ମନ୍ଦିର ଭିତରେ ପଶୁଛନ୍ତି।

ବାଇକ୍‌ ନେଇ ଗୁଣ୍ଡିଚା ମନ୍ଦିର ଭିତରକୁ ଯାଉଥିବା ପୁଲିସବାବୁ କିଏ? କେବେ ମନ୍ଦିର ଭିତରେ ପଶି ଥିଲେ? ମନ୍ଦିର ପାର୍ଶ୍ୱରେ ସ୍ଥାନ ଥିବା ସତ୍ତ୍ୱେ ପୁଲିସବାବୁ କଣ ପାଇଁ ଭିତରକୁ ଗାଡ଼ି ଧରି ପଶିଥିଲେ? ଏବେ ଏମିତି ଅନେକ ପ୍ରଶ୍ନ ଜାଲରେ ଛନ୍ଦି ହୋଇ ପଡ଼ିଛି ପୁରୀ ପୁଲିସ୍‌।

ଏନେଇ ପୁଲିସ୍‌ ମୁହଁ ଖୋଲିନଥିଲେ ମଧ୍ୟ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ପରେ ସେ କହିଛନ୍ତି, ସଂପୃକ୍ତ ବ୍ୟକ୍ତି ଜଣେ ଜେଟିପି କର୍ମଚାରୀ ହୋଇଥିବେ। ଏଠାରେ ପୁଲିସ ରହନ୍ତିନି। ତେଣୁ ସେ ଜଣେ ଜେଟିପି ହୋଇଥିବେ। ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ଅନୁଧ୍ୟାନ କରାଯାଉଛି। ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ।

Leave a Reply

Your email address will not be published.