୩ ମାସରେ ୧୩ କିଲୋ ଓଜନ କମାଇଲେ ବିକ୍କି

‘ଉରି’ ପରେ ପ୍ରଶଂସକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବିକ୍କିଙ୍କ ଭଲ ସମୟ ଏବେ ଆସିଯାଇଛି । ବିକ୍କିଙ୍କୁ ପୁଣିଥରେ ପରଦା ଉପରେ ଆକ୍ସନ୍ ମୁଡରେ ଦେଖିବା ପାଇଁ ସିନେପ୍ରେମୀ ଉତ୍ସାହର ସହିତ ଅପେକ୍ଷା କରୁଛନ୍ତି । ଅନ୍ୟପକ୍ଷରେ ବିକ୍କି ମଧ୍ୟ ତାଙ୍କ ଅଭିନୟ ଦକ୍ଷତାର ପ୍ରମାଣ ଦେବାରେ କୌଣସି ଅବହେଳା କରିବାକୁ ଚାହୁଁନାହାନ୍ତି । ତେଣୁ ଆଜିକାଲି ବିକ୍କି ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି ଏବଂ ବିଭିନ୍ନ ପାର୍ଟି କିମ୍ବା ଫିଲ୍ମ ଇଭେଣ୍ଟରେ ବିକ୍କିଙ୍କ ଏକ ନୂଆ ଅବତାର ଦେଖିବାକୁ ମିଳିଛି । ବିକ୍କି ଗତ ୩ମାସ ମଧ୍ୟରେ ୧୩ କିଲୋ ଓଜନ କମ୍ କରିଥିବାର ଚର୍ଚ୍ଚା ହେଉଛି । ଏ ସବୁ ପଛରେ ଥିବା କାରଣଟି ହେଉଛି ସହିଦ୍ ଉଦ୍ଧମ୍ ସିଂଙ୍କ ବାୟୋପିକ୍ । ସୁଜିତ୍ ସରକାରଙ୍କ ନିର୍ଦ୍ଦେଶିତ ଏହି ବାୟୋପିକରେ ବିକ୍କିଙ୍କୁ ମୁଖ୍ୟ ନାୟକ ଭାବେ ସାଇନ୍ କରାଯାଇଛି ।

କାହାଣୀ ଅନୁଯାୟୀ ବିକ୍କି ୨୦ ବର୍ଷର ଯୁବକ ଭଳି ନଜର ଆସିବେ । ସିନେପ୍ରେମୀ ବେଶ୍ ଭଲ ଭାବେ ଜାଣିଛନ୍ତି ଯେ ବିକ୍କି ଖୁବ୍ ଫୁଡି । ତେଣୁ ତାଙ୍କ ପାଇଁ ଡାଏଟ୍ କଣ୍ଟ୍ରୋଲ୍ କରିବା ସହିତ ହାର୍ଡ଼ ୱାର୍କଆଉଟ୍ ବେଶ୍ କାଠିକର ପାଠ । ତଥାପି ବିକ୍କି ଏସବୁ ପରୀକ୍ଷାରେ ବାସ୍ କରିଯାଇଛନ୍ତି ବୋଲି ସିନେ ମହଲରେ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଉଛି ଏହି ବାୟୋପିକର ସୁଟିଂ ପରେ ସଙ୍ଗେ ସଙ୍ଗେ ବିକ୍କିଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ତଖତ’ ପାଇଁ ଓଜନ ବଢ଼ାଇବାକୁ ପଡ଼ିବ । ତେବେ ବିକ୍କି ନିଜକୁ ନେଇ ଏହି ଏକ୍ସପରିମେଣ୍ଟ-୍ କରୁଥିବା ଯୋଗୁଁ ପ୍ରଶଂସକ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଅଛନ୍ତି ।

Leave a Reply

Your email address will not be published.