ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଭୁବନେଶ୍ଵର, ବ୍ରହ୍ମପୁର ଓ ବାଲେଶ୍ଵରରେ ହିନ୍ଦୁସଭା

0
16

ଭୁବନେଶ୍ଵର, (ଓଟି): ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସଙ୍କଳ୍ପ ନେଇଛି ବିଶ୍ଵହିନ୍ଦୁ ପରିଷଦ। ଏହିକ୍ରମରେ ଦେଶ ସାରା ଚାଲିଥିବା ଅଭିଯାନରେ ଓଡ଼ିଶା ସାମିଲ୍‌ ହୋଇଛି। ସଂଗଠନ ପକ୍ଷରୁ ଭୁବନେଶ୍ଵର ସମେତ ବାଲେଶ୍ଵର ଓ ବ୍ରହ୍ମପୁରରରେ ବିଶାଳ ହିନ୍ଦୁ ସଭା ଆୟୋଜନ କରାଯାଇଛି। ଆଗାମୀ ଦିନରେ ରାଉରକେଲା, ଭବାନୀପାଟଣା ଓ କୋରାପୁଟରେ ମଧ୍ୟ ସମାବେଶ କରାଯିବ । ଏଥିସହ ପ୍ରତି ବ୍ଲକରେ ଡିସେମ୍ବର ୧୮ ରୁ ୨୬ ତାରିଖ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନମାନ ଅନୁଷ୍ଠିତ ହେବ ।

ସଂସଦରେ ଖୁବ୍‌ଶୀଘ୍ର ଅଧ୍ୟାଦେଶ ଆଣି ରାମମନ୍ଦିର ନିର୍ମାଣ କରିବାକୁ ଏହି ସମାବେଶରେ ଦାବି ହୋଇଛି। 

ଭୁବନେଶ୍ଵରର ପିଏମ୍‌ଜି ଛକଠାରେ ଏଥିନେଇ ଏକ ବିଶାଳ ସମାବେଶର ଆେ୍ରାଜନ କରାଯାଇଥିଲା।  ରାଜ୍ୟ ଓ ରାଜ୍ୟ ବାହାରୁ  ହଜାର ହଜାର ସଂଖ୍ୟାରେ  ସାଧୁସନ୍ଥ ଓ ପରିଷର କର୍ମୀ ଏଠାରେ ରୁଣ୍ଡ ହୋଇଥିଲେ। ସମାନ ପରିବେଶ ବାଲେଶ୍ୱର ଆଇଆଇଟି ପଡିଆ ଓ ବ୍ରହ୍ମପୁରର ଚନ୍ଦ୍ରଚୂଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ସମାବେଶ ଅନୁଷ୍ଠିତ ହୋଇଥିଲା । 

ମଧ୍ୟପ୍ରଦେଶର ଆସିଥିବା ସାଧୁ ଅଖିଳେଶ୍ୱରାନନ୍ଦଜୀ ମହାରାଜ ଭୁବନେଶ୍ଵରଠାରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗ ଦେଇ କହିଥିଲେ ମନ୍ଦିର ନିର୍ମାଣ ଦୃଷ୍ଟିରୁ କେନ୍ଦ୍ର ସରକାର ସଂସଦରେ ଆଇନ୍ ନିର୍ମାଣ କରନ୍ତୁ ଏହା ହିଁ ଏକମାତ୍ର ମାର୍ଗ । ଆଜି ଭଗବାନ ଶ୍ରୀରାମଲାଲା ଯେଉଁଠାରେ ବିରାଜମାନ ହୋଇ ରହିଛନ୍ତି ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ । ଅଯୋଧ୍ୟାରେ ସାଂସ୍କୃତିକ ପରିସୀମା ମଧ୍ୟରେ କୌଣସି ମସଜିଦ୍ ରହିବ ନାହିଁ । ଆକ୍ରମଣକାରୀ ବାବର ନାମରେ କୌଣସି ବି ସ୍ଥାନରେ କୌଣସି ମସଜିଦ୍ ରହିବ ନାହିଁ ବୋଲି ପୂଜ୍ୟ ସାଧୁସନ୍ଥମାନଙ୍କ ସମେତ ସମଗ୍ର ହିନ୍ଦୁ ସମାଜ ଦାବୀ କରାଯାଇଛି ।

 

ଆସନ୍ତା ୩୧ ଜାନୁଆରୀ ଏବଂ ୧ ଫେବୃୟାରୀ ୨୦୧୯ରେ ପ୍ରୟାଗ କୁମ୍ଭମେଳାରେ ବିରାଟ ଧର୍ମ ସଂସଦ ଆୟୋଜନ ହେବ । ଯେଉଁଠାରେ ୨୦,୦୦୦ ରୁ ଉର୍ଦ୍ଧ୍ୱ ସନ୍ଥ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଦିଷ୍ଟ କରିବେ । ତେଣୁ ଭାରତର ସବୁ ସାଂସଦମାନେ ଦଳମତ ନିର୍ବିଶେଷରେ ‘ବିଧେୟକ’କୁ ସମର୍ଥନ କରି ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିବା ପାଇଁ ମାର୍ଗ ପ୍ରଶସ୍ତ କରିବାରେ ସହାୟକ ହେବାକୁ ସେ ନିବେଦନ କରିଛନ୍ତି ।

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ଜାନୁଆରୀରେ ନିର୍ଦ୍ଧାରଣ ହେବ ଅଯୋଧ୍ୟା ମାମଲାର ଶୁଣାଣୀ ତାରିଖ

ଜାନୁଆରୀରେ ନିର୍ଦ୍ଧାରଣ ହେବ ଅଯୋଧ୍ୟା ମାମଲାର ଶୁଣାଣୀ ତାରିଖ

ଅଯୋଧ୍ୟା ବିବାଦୀୟ ଭୂମିରେ ରାମ ମନ୍ଦିର ନିର୍ମାଣ ନିଶ୍ଚିତ: ଆରଏସଏସ

ଅଯୋଧ୍ୟା ବିବାଦୀୟ ଭୂମିରେ ରାମ ମନ୍ଦିର ନିର୍ମାଣ ନିଶ୍ଚିତ: ଆରଏସଏସ