କାର୍ଯ୍ୟାଳୟ ପାଇଁ ବାସ୍ତୁ

ଘରେ ଆର୍ଥିକ ସ୍ଥିତି ମଜବୁତ୍ ରଖିବା ପାଇଁ ଘର ସହିତ କାର୍ଯ୍ୟାଳୟର ବାସ୍ତୁ ଉପରେ ଅଧିକ ଧ୍ୟାନ ଦେବା ନିହାତି ଜରୁରୀ । ଅଫିସ୍ ହେଉ କିମ୍ବା କୌଣସି ବ୍ୟବସାୟିକ ପ୍ରତିଷ୍ଠାନ, ବାସ୍ତୁଦୋଷ ଦ୍ୱାରା ଉତ୍ପନ୍ନ ହେଉଥିବା ନକାରାତ୍ମକ ଶକ୍ତି ସଫଳତାରେ ବାଧା ସୃଷ୍ଟି କରିଥାଏ । ତେଣୁ କାର୍ଯ୍ୟାଳୟରେ ବାସ୍ତୁଦୋଷ ଦୂର କରି ବ୍ୟବସାୟ ଓ ଆର୍ଥିକ ଉନ୍ନତି ଆଣିବା ପାଇଁ କେତୋଟି ମୁଖ୍ୟ ନିୟମ ରହିଛି ।

ତେବେ ଆସନ୍ତୁ ଜାଣିବା –
୧- ଅଫିସର ଯେ କୌଣସି କୋଠରୀ ହେଉନା କାହିଁକି, ତାହାର କବାଟର ଠିକ୍ ସାମନାରେ ଟେବୁଲ୍ କିମ୍ବା ଚେୟାର୍ ରଖନ୍ତୁ ନାହିଁ ।
୨- କବାଟକୁ ମୁହଁ କରି କମ୍ପାନୀର ମାଲିକ କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ବସିବା ମଧ୍ୟ ଠିକ୍ ନୁହେଁ ।
୩- କାର୍ଯ୍ୟାଳୟରେ ସବୁବେଳେ ହାଲକା ରଙ୍ଗ ବ୍ୟବହାର କରନ୍ତୁ । କାନ୍ଥ କଲରିଂ କିମ୍ବା ପରଦା ଲଗାଇବା ସମୟରେ ଧଳା, କ୍ରୀମ୍ କିମ୍ବା ହାଲ୍କା ହଳଦିଆ ଭଳି ଅନ୍ୟ କୌଣସି ହାଲ୍କା ରଙ୍ଗକୁ ବାଛନ୍ତୁ । ଅଫିସରେ ଇଶାନ କୋଣରେ ପିଇବା ପାଣିର ବ୍ୟବସ୍ଥା କରନ୍ତୁ ।

Leave a Reply

Your email address will not be published.