ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବାସ୍ତୁ ଟିପ୍ସ

ବାସ୍ତୁଦୋଷ ଥିଲେ ଘରେ ଆର୍ଥକ ସଙ୍କଟ ସହିତ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ । ଏହି ସବୁ ଦୋଷ ଦୂର କରିବା ପାଇଁ ବିଭିନ୍ନ ଉପାୟମାନ ରହିଛି । କିନ୍ତୁ ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡ଼ିତ, ତେବେ ବିଶେଷ ଭାବେ ଗୋଟିଏ ନିୟମକୁ ମାନିବା ଆପଣଙ୍କ ପାଇଁ ଲାଭପ୍ରଦ । ତେବେ ଏହି ବାସ୍ତୁ ନିୟମ ଅନୁଯାୟୀ ଉଚ୍ଚ ରକ୍ତଚାପ ରୋଗୀଙ୍କ ଶୟନ କକ୍ଷ ଦକ୍ଷିଣ ପୂର୍ବ ଦିଗରେ ରହିବା ଉଚିତ୍ ନୁହେଁ । କାରଣ ଏହି ଦିଗ ଅଗ୍ନି ଦେବତାଙ୍କୁ ସମର୍ପିତ ବୋଲି ବାସ୍ତୁଶାସ୍ତ୍ରକାରମାନେ କହିଥାନ୍ତି ।

ତେଣୁ ଏହି ଦିଗରେ ଶୟନ କକ୍ଷ ରହିବା ହେତୁ ଉଚ୍ଚ ରକ୍ତଚାପ ରୋଗ ବଢ଼ିଯାଇଥାଏ । ତେଣୁ ଯଦି ଆପଣଙ୍କ ଶୟନ କକ୍ଷ ଏହି ଦିଗରେ ରହିଛି, ତାହାକୁ ଯଥାଶୀଘ୍ର ବଦଳାଇ ଦିଅନ୍ତୁ । ନୂଆ କରି ଘର ନିର୍ମାଣ କରୁଥିଲେ, ଏ ଦିଗରେ ବିଶେଷ ଧ୍ୟାନ ଦିଅନ୍ତୁ । ଏହି ଦିଗରେ ରୋଷେଇ ଘର ନିର୍ମାଣ କରିପାରିବେ । ଏହା ଦ୍ୱାରା ଆପଣଙ୍କ ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ବିଶେଷ ଲାଭ ମିଳିପାରିବ ।

Leave a Reply

Your email address will not be published.