‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ୩ଡି’ ସେଟରେ ବରୁଣ ବେହୋସ୍

ଲାଗୁଛି ସତେ ଯେମିତି ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ୩ଡି’ର ସୁଟିଂ ସେଟ୍ ବରୁଣ ଓ ଶ୍ରଦ୍ଧାଙ୍କ ପାଇଁ ଶୁଭ ନୁହେଁ । ଫିଲ୍ମର ସୁଟିଂ ସମୟରେ ଶ୍ରଦ୍ଧା ୩ଥର କ୍ଷତାକ୍ତ ହେବାର ଖବର ମିଳିଥିଲା । ନିକଟ ଅତୀତରେ ମଧ୍ୟ ଶ୍ରଦ୍ଧାଙ୍କ ପାଦ ମକଚି ହୋଇଯାଇଥିବାର ଖବର ସୋସିଆଲ୍ ମିଡିଆକୁ ଆସିଥିଲା । ଶ୍ରଦ୍ଧାଙ୍କ ପରେ ଏବେ ବରୁଣ ସୁଟିଂ ସେଟରେ ବେହୋସ୍ ହୋଇଯାଇଥିବା ଖବର ପ୍ରଶଂସକଙ୍କ ନିକଟରେ ପହଞ୍ଚିଛି । ସୂଚନା ଅନୁଯାୟୀ ବରୁଣ ଶୀଘ୍ରରୁ ଅତିଶୀଘ୍ର ଏହି ଫିଲ୍ମର ସୁଟିଂ ଶେଷ କରିବାକୁ ଚାହୁଁଛନ୍ତି । ତେଣୁ ଦିନରେ ଅଧିକ ସମୟ ସୁଟିଂକୁ ଦେଉଛନ୍ତି ।

ଏଭଳି କଡ଼ା ପରିଶ୍ରମ ଫଳ ସ୍ୱରୂପ ଏକ ଗୀତର ସୁଟିଂ ସମୟରେ ବରୁଣଙ୍କ ମୁଣ୍ଡ ବୁଲାଇଥିଲା ଓ ସେ ବେହୋସ୍ ହୋଇଯାଇଥିଲେ ବୋଲି ଖବର ଆସିଛି । ରେମୋ ସଙ୍ଗେ ସଙ୍ଗେ ବରୁଣଙ୍କ ଡାକ୍ତରୀ ଚିକିତ୍ସା କରାଇଥିଲେ । ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ବରୁଣଙ୍କ ବ୍ଲଡପ୍ରେସର୍ ଖୁବ୍ କମ୍ ହୋଇଯାଇଛି ଏବଂ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ବେଡରେଷ୍ଟ୍ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ବରୁଣ ଗୋଟିଏ ଦିନ ରେଷ୍ଟ୍ ନେବା ପରେ ପୁଣିଥରେ ସୁଟିଂ ସେଟକୁ ଫେରିଆସି ଲଗାତାର ୮ ଘଣ୍ଟାର ସୁଟିଂ ସେଡ୍ୟୁଲ୍ ସମ୍ପୂର୍ଣ୍ଣ କରିଥିଲେ ବୋଲି ଫିଲ୍ମଟିମ୍ ପକ୍ଷରୁ ଜଣାପଡ଼ିଛି ।

Leave a Reply

Your email address will not be published.