୧୭୮ କୋଟି ୧୪ ଲକ୍ଷ ଟପିଲା ସାର୍ବଜନୀନ ଟିକାକରଣ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ୧୭୮ କୋଟି ଅତିକ୍ରମ କରିଛି । ଗୁରୁବାର ଅପରାହ୍ନ ସୁଦ୍ଧା ୧୭୮ କୋଟି ୧୪ ଲକ୍ଷରୁ ଅଧିକ ପାନ କରୋନା ଟିକା ଦିଆଯାଇଛି । କେବଳ ଆଜି ଅପରାହ୍ନ ସୁଦ୍ଧା ୨୧ ଲକ୍ଷ ୩୧ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି ।

ରାଜ୍ୟରେ ଏପର୍ଯ୍ୟନ୍ତ ୬ କୋଟି ୧୨ ଲକ୍ଷ ୬୫ ହଜାରରୁ ଅଧିକ ପାନ ଟିକା ଦିଆଯାଇଥିବାବେଳେ ସେଥିମଧ୍ୟରୁ ୩ କୋଟି ୨୮ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‍ ଏବଂ ୨ କୋଟି ୭୬ ଲକ୍ଷ ୫୪ ହଜାରରୁ ଅଧିକ ଦ୍ୱିତୀୟ ପାନ  ଟିକା ଦିଆଯାଇଛି ।
୧୫ରୁ ୧୮ ବର୍ଷ ବର୍ଗର ପ୍ରାୟ ୧୮ ଲକ୍ଷ ୪୫ ହଜାର ୧୬୯ କିଶୋରଙ୍କୁ ପ୍ରଥମ ପାନ ଟିକା ଦିଆଯାଇଇଥିବାବେଳେ ୮ ଲକ୍ଷ ୯୧ହଜାର ୯୬୫ ଦ୍ୱିତୀୟ ପାନ ଟିକା ପ୍ରଦାନ କରାଯାଇଛି ।

Leave a Reply

Your email address will not be published.