ପତଞ୍ଜଳିକୁ ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗର ନୋଟିସ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭାଇରସ ଔଷଧ ବାହାର କରିଥିବା ଦାବି କରିଥିବା ଯୋଗଗୁରୁ ରାମଦେବ ବାବାଙ୍କ ଆୟୁର୍ବେଦିକ ସଂସ୍ଥା ଦିବ୍ୟ ଫର୍ମାସୀ ବର୍ତ୍ତମାନ ଅଡୁଆରେ ପଡିଯାଇଛି । କମ୍ପାନୀକୁ ଥଣ୍ଡା କାଶ ଔଷଧ ତିଆରି କରିବାକୁ ମିଳିଥିଲା ଲାଇସେନ୍ସ କିନ୍ତୁ ପତାଞ୍ଜଳୀ କରୋନା ଔଷଧ ତିଆରି କରିବାକୁ ଦାବି କରିଥିଲା । ଏହାକୁ ଆଧାର କରି ବର୍ତ୍ତମାନ ନୋଟିସ ଜାରି କରାଯାଇଛି । ଷ୍ଟେଟ ଡ୍ରଗ୍ସ କଣ୍ଟ୍ରୋଲର (USDC)ଦିବ୍ୟ ଯୋଗ ଫର୍ମାସୀକୁ ନୋଟିସ ଜାରି କରିଛନ୍ତି । ନୋଟିସରେ ପଚରା ଯାଇଛି ଯେ ଦିବ୍ୟ ଯୋଗ ଫର୍ମାସୀ କରୋନା ଔଷଧ ତିଆରି କରିଥିବା ଦାବି କରୁଛି ତାର ଆଧାର କଣ ? ଫର୍ମାସୀ କରୋନା କିଟ ତିଆରି କରିବାକୁ ଅନୁମତି କେଉଁଠାରୁ ନେଇଥିଲା । ପୁଣି କିଟର ପ୍ରଚାର ପ୍ରସାର ପାଇଁ ଅନୁମତି କାହିଁକି ନେଇନଥିଲା ଫର୍ମାସୀ । ପତାଞ୍ଜଳୀ ଡ୍ରଗ ଆଣ୍ଡ କଣ୍ଟ୍ରୋଲର ଆକ୍ଟ-୧୯୪୦ ଧାରା ୧୭୦ ନିୟମ ଉଲଂଘନ କରି ଭ୍ରମ ପ୍ରଚାର କରିଥିବା କୁହାଯାଉଛି ।

ପତଞ୍ଜଳି ପକ୍ଷରୁ ଦେଶ ପାଇଁ ନୂଆ ମେଡିସିନ୍ ପ୍ରସ୍ତୁତ କରାଯାଇଛି। ତେବେ ଏହା ପ୍ରଥମେ ଆୟୂଷ ମନ୍ତ୍ରାଳୟକୁ ପଠାଇବାର ଥିଲା ବୋଲି ଆଜି କେନ୍ଦ୍ର ଆୟୁଷ ମନ୍ତ୍ରୀ କହିଛନ୍ତି। ଏନେଇ ପତଞ୍ଜଳି ସଂସ୍ଥାଠାରୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଦେଖିବା ପରେ ଅନୁମତି ନେଇ ବିଚାର କରାଯିବ ବୋଲି କହିଛନ୍ତି ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଇକ।

ଗତକାଲି କରୋନା ଭାଇରସ ପାଇଁ ଦୁଇଟି ଔଷଧ ଲଞ୍ଚ୍‌ କରିଥିଲା ଦେଶର ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି। ଏହି ଔଷଧର ନାଁ କୋରୋନିଲ ଓ ଶ୍ୱାସରି ରଖାଯାଇଛି। ଔଷଧର ସଫଳ ପରୀକ୍ଷଣ ହୋଇଥିବା କମ୍ପାନୀ କହିବା ସହିତ ୭ ଦିନ ଭିତରେ କରୋନା ରୋଗ ଭଲ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।

ଲଞ୍ଚ୍‌ର ପରେ ପରେ ଔଷଧର ଗବେଷଣା ତଥ୍ୟ ଯାଞ୍ଚ ନହେଲା ପର୍ଯ୍ୟନ୍ତ ପତଞ୍ଜଳି ଆବିଷ୍କାର କରିଥିବା ଔଷଧର ପ୍ରସାର ପ୍ରଚାର କରିବା ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର। ଏନେଇ ଆୟୁଷ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରି କମ୍ପାନୀକୁ ଗବେଷଣାର ସମସ୍ତ ତଥ୍ୟ ମଗାଯାଇଥିଲା।

Leave a Reply