କରୋନା ବିରୋଧୀ ସଂଗ୍ରାମ: ଭାରତକୁ ଆମେରିକା ମାଗିଲା ମ୍ୟାଲେରିଆ ଔଷଧ

ଭୁବନେଶ୍ୱର,(ଓଟି): କରୋନା ଭୁତାଣୁକୁ ରୋକ୍‍ ଦେବା ଲାଗି ଏଯାଏ କୌଣସି ନିର୍ଦିଷ୍ଟ ଔଷଧ ବାହାରି ନଥିଲେ ମଧ୍ୟ ଭାରତରେ ମିଳୁଥିବା ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍କୁ ଏକ ଅସ୍ତ୍ର ଭାବେ ଗ୍ରହଣ କରିଛି ଆମେରିକାର ଚିକିତ୍ସା କ୍ଷେତ୍ର । ହେଲେ ସମ୍ପୃକ୍ତ ଦେଶରେ ଏହି ମେଡିସିନ୍‍ର ଅଭାବ ରହିଛି । ସବୁଠାରୁ ଅଧିକ ମ୍ୟାଲେରିଆ ରୋଗୀ ଭାରତରେ ଦେଖା ଦେଉଥିବାରୁ ଭାରତରେ ଏହି ଔଷଧ ପ୍ରସ୍ତୁତ କରାଯାଉଛି । ଏଣୁ ଆମେରିକାକୁ ଏହି ଔଷଧ ରପ୍ତାନୀ ପାଇଁ ମୋଦି ବ୍ୟବସ୍ଥା କରିବା ସହ ସମସ୍ତ କଟକଣା ଉଠାଇବାକୁ ଅନୁରୋଧ କରିଛନ୍ତି ।

ଏ ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଭାରତ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ମ୍ୟାଲେରିଆ ଚିକିତ୍ସା ପାଇଁ ଭାରତରେ ସର୍ବାଧିକ ହାଇଡ୍ରୋକ୍ସିକ୍ଲୋରୋକୁଇନ ଉତ୍ପାଦିତ ହୋଇଥାଏ । କିନ୍ତୁ ଏହି ଔଷଧର ରପ୍ତାନୀ ଉପରେ ଭାରତ ସରକାରଙ୍କ ପକ୍ଷରୁ କଟକଣା ରହିଛି । ହେଲେ କରୋନା ରୋଗର ଚିକିତ୍ସା ପାଇଁ ଏହି ଔଷଧର ଆବଶ୍ୟକତା ରହିଥିବା ଟ୍ରମ୍ପ ମୋଦିଙ୍କୁ କହିଛନ୍ତି ।

ଭାରତରୁ ୨୬ ପ୍ରକାର ଔଷଧର ରପ୍ତାନୀ ପାଇଁ ବ୍ୟବସ୍ଥା ରହିଥିଲେ ବି ଏହି ୨୬ ପ୍ରକାର ଔଷଧ ମଧ୍ୟରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଔଷଧ ରପ୍ତାନୀ ପାଇଁ ଭାରତରେ ଥିବା କଟକଣାକୁ ଆମେରିକା ପାଇଁ କୋହଳ କରାଯିବା ନେଇ ଏ ପର୍ଯ୍ୟନ୍ତ ଭାରତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ହେଲେ ଭାରତରେ ଆବଶ୍ୟକତା ଠାରୁ ଅଧିକ ପରିମାଣର ଏହି ଔଷଧ ମହଜୁଦ ଥିଲେ ଭାରତ ସରକାର ଆମେରିକାକୁ ରପ୍ତାନୀ ପାଇଁ ଅନୁମତି ଦେଇପାରନ୍ତି ବୋଲି କୁହାଯାଉଛି ।

ହାଡ୍ରୋକ୍ସିକ୍ଲୋରୋକୁଇନର କରୋନା ଭାଇରସ ପ୍ରତିହତ କରିବା ନେଇ କୌଣସି ପ୍ରମାଣିକ ତଥ୍ୟ ନାହିଁ । କିନ୍ତୁ ଏ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି ଓ କରୋନା ଭାଇରସ ପ୍ରତିହତ କରିବାରେ ହାଇଡ୍ରୋକ୍ସିକ୍ଲୋରୋକୁଇନର କ୍ଷମତା ନେଇ ଖୁବ କମ ନିଶ୍ଚିତ ଥିବା ବୈଜ୍ଞାନିକ ଓ ବିଶେଷଜ୍ଞମାନେ କହିଛନ୍ତି । ଆମେରିକାରେ କରୋନା ରୋଗୀଙ୍କ ଠାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ପ୍ରୟୋଗ କରାଯାଇ ନଥିଲେ ବି ବିଭିନ୍ନ ରୋଗ ପ୍ରତିହତ କ୍ଷେତ୍ରରେ ଏହା ବିଭିନ୍ନ ସମୟରେ ସଫଳ ହୋଇଥିବା ରାଷ୍ଟ୍ରପତି ଟ୍ରମ୍ପ କହିଥିବା ବେଳେ କରୋନା ଭାଇରସ ପ୍ରତିହତ କରିବାକୁ ଆଗୁଆ ପଦକ୍ଷେପ ନେବାକୁ ଆମେରିକାରେ ଗଠିତ କରୋନା ଭାଇରସ ଟ୍ୟାସ୍କଫୋର୍ସ ନିୟମିତ ସତର୍କ କରୁଥିବା ସହ କରୋନା ଭାଇରସ ପ୍ରତିହତ କରିବାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ପ୍ରମାଣିତ ହୋଇ ନଥିବା କହିଛି ।

Leave a Reply

Your email address will not be published.