ଏବେ ଆମାରିକାର ପାଳି- ଚୀନ୍‌ କମ୍ୟୁନିଷ୍ଟ ନେତାଙ୍କୁ ଆମେରିକାର ପ୍ରବେଶ ମନା !

ମେରିକା ଚୀନ୍‌କୁ ଏବେ ଚାରିପଟୁ ଘେରିବାରେ ଲାଗିଛି । ଚୀନ୍ ଗଣମାଧ୍ୟମର ପକ୍ଷ କାଟିବା ପରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ସଦସ୍ୟ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆମେରିକାରେ ପ୍ରବେଶ କରିବାକୁ ବାରଣ କରାଯିବ ବୋଲି ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ ଏକ ଡ୍ରାଫ୍ଟ ଉପରେ ବିଚାର କରୁଛି । ଯଦି ଏହି ଡ୍ରାଫ୍ଟ ଆମେରିକାରେ କାର୍ଯ୍ୟକାରୀ ହୁଏ, ତେବେ ଏହି ନିର୍ଦ୍ଦେଶ ଅନୁଯାୟୀ ପ୍ରାୟ ୯୨ ନିୟୁତ ସିସିପି ସଦସ୍ୟଙ୍କୁ ଆମେରିକାରେ ପ୍ରବେଶ ଉପରେ ବାରଣ କରାଯିବ । ଦି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚୀନ୍ ମଧ୍ୟ ଏହି ପଦକ୍ଷେପ ସହିତ ପ୍ରତିଶୋଧ ପରାୟଣ ପଦକ୍ଷେପ ନେଇପାରେ । ହ୍ୱାଇଟ ହାଉସରେ ବିଚାର ବିମର୍ଶ କରୁଥିବା ଏହି ଡ୍ରାଫ୍ଟ ଯଦି ବାସ୍ତବରେ ପରିଣତ ହୁଏ, ତେବେ ଆମେରିକା-ଚୀନ୍ ସମ୍ପର୍କର କଫିନ୍‌ରେ ଏହା ଶେଷ କଣ୍ଟା ବୋଲି ପ୍ରମାଣିତ ହେବ ।

ଏହା ମଧ୍ୟ ଆମେରିକାରେ ସିସିପି ସଦସ୍ୟ ଏବଂ ସେମାନଙ୍କ ପରିବାର ପାଇଁ ଭିସା ବାତିଲ କରିପାରେ । ଏକାସାଙ୍ଗରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ସଦସ୍ୟ ତଥା ଚୀନ୍ ସରକାରୀ ମାଲିକାନା ଉଦ୍ୟୋଗ ସହ ଜଡ଼ିତ ଥିବା ଲୋକଙ୍କୁ ମଧ୍ୟ ନିଷିଦ୍ଧ କରିବାକୁ ଆଲୋଚନା ଚାଲିଛି ।

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ “ଚୀନ୍ କମ୍ୟୁନିଷ୍ଟ ପାର୍ଟିକୁ ପଛକୁ ଠେଲିଦେବା ପାଇଁ ଟ୍ରମ୍ପ ପ୍ରଶାସନ ସମସ୍ତ ଯୋଜନା ଉପରେ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ଆମେ ଆମେରିକାର ପରମ୍ପରା ଅନୁଯାୟୀ ଏହା କରିବାକୁ ନିଶ୍ଚିତ କରିବାକୁ ଚାହୁଁ । ରାଷ୍ଟ୍ରପତି ଏବଂ ଆମ ଦଳ ଦ୍ୱାରା ସମୀକ୍ଷା କରାଯାଉଥିବା ଅନେକ ପ୍ରସଙ୍ଗ ଉପରେ ବିଚାର କରାଯାଉଛି ।”

ସେହିଭଳି ହ୍ୱାଇଟ ହାଉସର ପ୍ରେସ ସଚିବ କେଏଲି ମ୍ୟାକେନାନି ଏକ ସଂକ୍ଷିପ୍ତ ବୈଠକରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଷୟରେ କହିଛନ୍ତି ଯେ ସେ ଚୀନ୍ ସମ୍ପର୍କରେ କୌଣସି ପଦକ୍ଷେପ ନେବାକୁ ମନା କରି ନାହାଁନ୍ତି ।

ସିସିପି ବିରୋଧରେ ସମ୍ଭାବ୍ୟ ପଦକ୍ଷେପ ସମ୍ପର୍କରେ ଚୀନ୍ କହିଛି ଯେ ଆମେ ଆଶା କରୁଛୁ ଯେ ଆମେରିକା କୌଣସି ପଦକ୍ଷେପ ନେବ ନାହିଁ ଯାହା ଆନ୍ତର୍ଜାତୀକ ସମ୍ପର୍କକୁ ଦୁର୍ବଳ କରିବ ଏବଂ ଏହାର ପ୍ରତିଷ୍ଠା ତଥା ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରିବ । ଏଥିସହ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନିଙ୍ଗ ପ୍ରସ୍ତାବିତ ନିଷେଧାଦେଶକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି ।

ଏଠାରେ ଭୁଲିଯିବା ଉଚିତ ନୁହେଁ ଯେ ସିସିପିର ସଦସ୍ୟମାନେ, ସମଗ୍ର ବିଶ୍ୱରେ କମ୍ୟୁନିଷ୍ଟଙ୍କ ପରି, ନିଜ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରି ନିଜ ଦେଶରେ ଟଙ୍କା ରୋଜଗାର କରୁଥିବାବେଳେ ବିଦେଶରେ ଟଙ୍କା ଜମା କରୁଛନ୍ତି । କେବଳ ଏତିକି ନୁହେଁ, ସିସିପିର ସଦସ୍ୟମାନେ ନିୟମିତଭାବେ ଆମେରିକା ଭଳି ଦେଶ ପରିଦର୍ଶନ କରନ୍ତି, ଏବଂ ସେଠାରେ ସେମାନଙ୍କର ପରିବାର ପ୍ରତିଷ୍ଠା କରିବାକୁ ଚାହାଁନ୍ତି, ଯାହାଦ୍ୱାରା ସେମାନଙ୍କର ପିଲାମାନେ ସ୍ୱାଧୀନତାରେ ରହିବାର ସୁଯୋଗ ପାଇପାରିବେ ।

କୌତୁହଳର ବିଷୟ, ସିସିପି ଅଧିକାରୀଙ୍କ ଆମେରିକାରେ ପ୍ରବେଶକୁ ବାରଣ କରିବାର ଖବର ଚୀନ୍ ନାଗରିକଙ୍କ ପାଇଁ ଖୁସିର ଲହରୀ । ତେବେ କିଛି ଲୋକ କହିଛନ୍ତି ଯେ “ଏହି ପଦକ୍ଷେପ ସିସିପି କ୍ୟାଡ଼ର ମଧ୍ୟରେ ଦୁର୍ନୀତି ହ୍ରାସ କରିବାରେ ସହାୟକ ହେବ । ଚୀନ୍ ନାଗରିକ ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଆମେରିକାରେ ନିବେଶ କରିବାକୁ ଟଙ୍କା ଥିବା ଚୀନ୍ ଲୋକ ସାଧାରଣତଃ ଦଳର ସଦସ୍ୟ ଅଟନ୍ତି । ସାଧାରଣ ନାଗରିକ ଦଳର ସଦସ୍ୟ ନୁହଁନ୍ତି ତେଣୁ ଟଙ୍କା ରୋଜଗାର କରିବା କଷ୍ଟସାଧ୍ୟ।”

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ଆଦେଶରେ ୨୦୧୭ ଭ୍ରମଣ ପ୍ରତିବନ୍ଧକରେ ବ୍ୟବହୃତ ଇମିଗ୍ରେସନ ଏବଂ ନ୍ୟାସନାଲିଟି ଆକ୍ଟ ଉଲ୍ଲେଖ ହେବ, ଯାହା ରାଷ୍ଟ୍ରପତିଙ୍କୁ ଅସ୍ଥାୟୀ ଭାବରେ ଅନ୍ୟ ଦେଶର ନାଗରିକଙ୍କ ପାଇଁ ଆମେରିକା ଯାତ୍ରାକୁ ଅବରୋଧ କରିବାକୁ ଅନୁମତି ଦେବ । ଏହି ଶକ୍ତି ଯାହା ଆମେରିକାର ସ୍ୱାର୍ଥ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ।

ଟ୍ରମ୍ପ ପ୍ରଶାସନ ଦ୍ୱାରା ୯୦ ମିଲିୟନରୁ ଅଧିକ ସିସିପି ସଦସ୍ୟଙ୍କ ଉପରେ କିପରି ପ୍ରତିବନ୍ଧକ ଲାଗୁ କରାଯିବ ତାହା ଦେଖାଇବାକୁ ବର୍ତ୍ତମାନ ସମୟ ଆସିଛି । ଏହି ପଦକ୍ଷେପ ଚୀନ୍‌ରେ ନିଆଁ ଲାଗିବା ନିଶ୍ଚିତ, କାରଣ ଏହା ଆମେରିକାର ସମସ୍ତ ନାଗରିକଙ୍କୁ ନିଷିଦ୍ଧ କରିପାରିବ ନାହିଁ । ଏହି ଡ୍ରାଫ୍ଟ ପୁଣି ଥରେ ପ୍ରମାଣିତ କରିଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧୀନରେ ଆମେରିକା ଚୀନ୍‌କୁ ଏକ ଶିକ୍ଷା ଦେବାକୁ ସ୍ଥିର କରିଛି ।

Leave a Reply

Your email address will not be published.