କେନ୍ଦ୍ରସରକାର ଜାରି କଲେ ଅନ୍‌ଲକ୍-୪ ଗାଇଡଲାଇନ୍, ଜାଣନ୍ତୁ କଣ ଖୋଲିଲା କଣ ବନ୍ଦ ରହିବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଅନଲକ୍-୪ ଦେଇ ଗାଇଡଲାଇନ୍ ଜାରି ହୋଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ ଆଜି ସୂଚନା ଦେଇଛି କେନ୍ଦ୍ର ଗୃହ ବିଭାଗ ।

ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଥିବା ଅନଲକ ୪ରେ କ୍ରୀଡା, ମନୋରଞ୍ଜନ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ମିଳିଛି। ଏହା ସହିତ ଏହି ପର୍ଯ୍ୟାୟରେ ମେଟ୍ରୋ ସେବା ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି। କିନ୍ତୁ ସ୍କୁଲ, କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ।

ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି ଅନଲକ-୪ର ମାର୍ଗଦର୍ଶିକା ଅନୁଯାୟୀ, ସେପ୍ଟେମ୍ବର ୨୧ରୁ ସର୍ବାଧିକ ୧୦୦ ଜଣଙ୍କୁ ନେଇ ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମର ଅନୁମତି ଦିଆଯିବ। ଏହି  କାର୍ଯ୍ୟକ୍ରମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମର ପାଳନ, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡଓ୍ଵାସ ଓ ସାନିଟାଜର ବ୍ୟବହାର ବାଧ୍ୟତାମୂଳକ ରହିଛି। ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟର ଖୋଲିବାକୁ ମଧ୍ୟ ଅନୁମତି ମିଳିଛି।

କେନ୍ଦ୍ର ସରକାର କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ ଜରୁରୀକାଳୀନ ସେବାକୁ ବାଦ୍‌ ଦେଲେ ବାକି ସବୁ ଉପରେ କଡାକଡି ପ୍ରତିବନ୍ଧକ ଲାଗୁ ରହିବ।

Leave a Reply

Your email address will not be published.