ହଟିଲା ରାତ୍ରକାଳୀନ କର୍ଫ୍ୟୁ ଅଗଷ୍ଟ ପହିଲାରୁ ସାରା ଦେଶରେ ଲାଗୁ ହେବ ଅନ୍ ଲକ୍-3

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭୂତାଣୁ ପାଇଁ କେନ୍ଦ୍ର ସରକାର ବୁଧବାର ଅନଲକ୍‌-୩ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଦେଶବାସୀଙ୍କ ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି। ବିଶେଷକରି ରାତ୍ରକାଳୀନ କର୍ଫ୍ୟୁକୁ ସରକାର ଉଠାଇ ଦେଇଛନ୍ତି। ଏଣିକି ରାତିରେ ସାଧାରଣ ଲୋକ ଯାତାୟାତ କରିପାରିବେ। ତେବେ କଣ୍ଟେନମେଣ୍ଟ ଜୋନଗୁଡ଼ିକ​‌ରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ଗାଇଡ୍‌ଲାଇନରେ ନିର୍ଦେଶ ରହିଛି।

ଅଗଷ୍ଟ ୩୧ ତାରିଖ ବନ୍ଦ ରହିବ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ । ଏଥି ସହିତ ପାର୍କ, ସିନେମା ହଲ୍, ବାର୍, ସୁଇମିଂ ପୁଲ୍ ଆଦି ବନ୍ଦ ରହିବ । ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ, କ୍ରୀଡ଼ା ଓ ମନୋରଞ୍ଜନ ସମ୍ବନ୍ଧୀୟ କାର‌୍ୟ୍ୟକ୍ରମ ପାଇଁ କୋହଳ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ମଧ୍ୟ ଏସବୁ ନେଇ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର୍ ପରବର୍ତ୍ତୀ ସମୟରେ ଜାରି କରାଯିବ । ମେଟ୍ରୋ ରେଲ୍ ସେବା ଏବଂ ଗୃହ ମନ୍ତ୍ରଣାଳୟର ଅନୁମତି ପାଇଥିବା ଅନ୍ତର୍ଜାତୀୟ ବିମାନ ସେବା ଚାଲୁ ରହିବ । ସାମାଜିକ ଦୂରତା ଏବଂ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର୍ ଅନୁସରଣ କରାଯାଇ ସ୍ୱାଧୀନତା ଦିବସ ପାଳନ କରାଯିବ ।

କଣ୍ଟେନମେଣ୍ଟ୍ ଜୋନରେ ଅଗଷ୍ଟ ୩୧ ଯାଏ ଲକ୍ ଡାଉନ୍ ଗାଇଡ୍ ଲାଇନ୍ ବଳବତ୍ତର ରହିବ । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ବିକାବିଣା ନେଇ ସର୍ବନିମ୍ନ କୋହଳ ବ୍ୟବସ୍ଥା ରହିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ଆଧାରରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ହିଁ ଏହାକୁ କାର୍ଯ୍ୟକାରୀ କରାଇବ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ମଧ୍ୟ ନିଷ୍ପତ୍ତି ନେଇପାରିବେ ।
ମାସ୍କ ବ୍ୟବହାର ସହ ସାମାଜିତ ଦୂରତା ରକ୍ଷାକୁ ପୂର୍ବଭଳି ବାଧ୍ୟତାମୂଳକ ରଖାଯାଇଛି । ସର୍ବ ସାଧାରଣ ସ୍ଥାନରେ ମାଦକ ଦ୍ରବ୍ୟ ସେବନ କିମ୍ବା ଛେପ ନପକାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ବିବାହ କାମରେ ଅତି ବେଶୀରେ ୫୦ ଜଣ ଏବଂ ଅନ୍ତେଷ୍ଟି ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ଯୋଗଦେଇ ପାରିବେ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଥିବା ବେଳେ କିଛି ଦିନ ହେବ ଦୈନିକ ପାଖାପାଖି ୫୦ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ତଥାପି ଅର୍ଥନୀତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନ୍ ଲକ୍-୩ ଜାରି କରିଛି । ସତର୍କ ଓ ସଚେତନ ହୋଇ ଜନ ସାଧାରଣ ଏଥିରେ ସହଯୋଗ କରିବାକୁ ନିବେଦନ କରାଯାଇଛି

Leave a Reply