ଭୟଙ୍କର ବିମାନ ଦୁର୍ଘଟଣା: ଘଟଣାସ୍ଥଳରେ ୨୨ଜଣଙ୍କ ମୃତ୍ୟୁ, ୬ ନିଖୋଜ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ୟୁକ୍ରେନରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ରାଏଟର୍ସ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ୨୮ ଜଣଙ୍କୁ ନେଇ ଯାଉଥିବା ୟୁକ୍ରେନ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନେ ନିଖୋଜ ଅଛନ୍ତି ।

ଏହି ଦୁର୍ଘଟଣା ସମ୍ପର୍କରେ ୟୁକ୍ରେନ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିମାନରେ ଅଧିକାଂଶ ଛାତ୍ର ଥିଲେ ଏବଂ ୭ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ । ଦୁର୍ଘଟଣାର କାରଣ ପତା କରିବାକୁ ଚେଷ୍ଟା କରାଯାଉଛି  ସେ ଖୁବ୍ ଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି କହିଛନ୍ତି ।

Leave a Reply