ଜେଲ୍ ଅଧିକାରୀଙ୍କ ମାଡରେ ୨ ବିଚାରାଧୀନ କଏଦୀ ଗୁରୁତର

ବରଗଡ଼, (ଓଡିଶା ଟାଇମ୍): ବରଗଡ ସବଜେଲର ଅଧିକାରୀ ଦୁଇ ବିଚାରାଧୀନ କଏଦୀଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଜେଲ୍ ଅଧିକାରୀଙ୍କ ମାଡରେ ଉଭୟ କଏଦୀ ଗୁରୁତର ହୋଇପଡିଛନ୍ତି ।

ସୂଚନାଯୋଗ୍ୟ ଯେ, ଏକ ଡକାୟତି ମାମଲାରେ ବରଗଡ ଉପକାରଗାରରେ ବିଚାରାଧୀନ କଏଦୀ ଭାବେ ରହୁଛନ୍ତି ଦୀପକ ଗୁପ୍ତା ଓ ଲାଲବାବୁ ଚୌଧୁରୀ । ତେବେ ୪ -୫ ଦିନ ପୂର୍ବରୁ ସେମାନଙ୍କୁ ଜେଲ ଭିତରେ କେତେକ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିବା ନେଇ ଉଭୟଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ତେବେ ଜେଲ ଭିତରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ସେମାନେ ଏହାର ବିରୋଧ କରିବାରୁ ସେମାନଙ୍କ ପୁଅକୁ ଜେଲର କେତେକ କର୍ମଚାରୀ ମାଡ଼ ମାରିଥିବା କହିଛନ୍ତି ଦୀପକ ଗୁପ୍ତାଙ୍କ ମା’ । ସେହିପରି କର୍ମଚାରୀଙ୍କ ମାଡ଼ରେ ତାଙ୍କ ପୁଅଙ୍କ ଶରୀର ସାରା ନୋଳା ପଡିଯାଇଥିବା କହିଛନ୍ତି ଲାଲବାବୁ ଚୌଧୁରୀଙ୍କ ମା’। ତେବେ ବରଗଡ଼ ସବଜେଲ୍ ର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ଆଇନଜୀବୀ ଅନନ୍ତ ଶୟନ ପାଢ଼ୀ ।

Leave a Reply

Your email address will not be published.