ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ

ରାୟଗଡା, (ଓଡିଶା ଟାଇମ୍) : ଓଡିଶା ଛତିଶଗଡ଼ ସୀମା ନାରାୟଣପୁର ଜିଲ୍ଲାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ । ଏହି ଘଟଣାରେ ୨ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନାରାୟଣପୁର ଓ ସୋନପୁର ରାସ୍ତାରେ ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ , ମାଓବାଦୀ ମାନେ ଏକ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ପୋରଣ କରିଥିଲେ । ଘଟଣାସ୍ଥଳରେ ହିଁ ୨ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ଗୁରୁତର ହୋଇଥିବା ଜଣା ପଡ଼ିଛି । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି । ସହିଦ ଯବାନ ହେଉଛନ୍ତି ନାରାୟଣପୁରର ଡି. ଆର.ଜି ଯବାନ କନେର ଉସେଣ୍ଡି ଓ ତାମିଲନଡୁ ର ଆଇ.ଟି.ବି.ପି ଯବାନ ଏନ୍. ବାଲାଚାମି ।.ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେସ ବାଘେଲ ।

Leave a Reply

Your email address will not be published.