ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ: ପ୍ରଦୀପ ସିଂହ ହେଲେ ଆଇଏଏସ୍‌ ଟପ୍ପର, ୧୦ ଜଣଙ୍କ ମଧ୍ୟରେ ୨ ଓଡ଼ିଆ

ଭୁବନେଶ୍ବର, (ଓଡିଶା ଟାଇମ୍) : ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳାଫଳ। ଆଇଏଏସ୍‌, ଆପିଏସ୍‌, ଆଇଆର୍‌ଏସ୍‌, ଆଇଏଫ୍‌ସ ଆଦି ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କୁ ମିଶାଇ ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଏହି ପରୀକ୍ଷାରେ ଚଳିତବର୍ଷ ଟପ୍ପର ହୋଇଛନ୍ତି ପ୍ରଦୀପ ସିଂହ। ସେହିପରି ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଜତିନ କିଶୋର ଏବଂ ପ୍ରତିଭା ଶର୍ମା। ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ସଂଜିତା ମହାପାତ୍ର ଦଶମ ସ୍ଥାନରେ ରହିଥିବା ସୂଚନା ରହିଛି। ୧୨୫ ରାଙ୍କ୍‌ରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ। ସେହିପରି ସଞ୍ଚିତା ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି ।

୨୦୧୯ ମସିହା ସେପ୍ଟେମ୍ବର ମାସରେ ପ୍ରିଲିମିନାରି ପରୀକ୍ଷା ହୋଇଥିବା ବେଳେ ୨୦୨୦ ‌ମସିହା ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ଏହାର ଇଣ୍ଟରଭିୟୁ ହୋଇଥିଲା।

Leave a Reply

Your email address will not be published.