ଆକ୍ଟୋବରରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ମହାମାରୀ କରୋନା ପାଇଁ  ବନ୍ଦ ରହିଥିବା ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଦୀର୍ଘ ଦିନ ପରେ ଖୋଲିବାକୁ ଯାଉଛି। ଆଜି ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଯ୍ୟୋତି ପାଣିଗ୍ରାହୀ ଏ ନେଇ ବଡ଼ ସୂଚନା ଦେଇଛନ୍ତି। ଅକ୍ଟୋବର ମାସରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବ। କୋଭିଡ କଟକଣା ଭିତରେ ରଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବ। କୋଭିଡ ଗାଇଡ ଲାଇନକୁ କଡାକଡ଼ି ପାଳନ କରାଯିବ। ଏଥିପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଗାଇଡ ଲାଇନ ଜାରି କରାଯିବ। ହେଲେ ମନ୍ଦିର ଖୋଲିବ କି ନାହିଁ ମନ୍ଦିର ପ୍ରଶାସନ ଓ ଆଇନ ମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଯ୍ୟୋତି ପାଣିଗ୍ରାହୀ କହିଛନ୍ତି।

Leave a Reply

Your email address will not be published.