ବସ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆଜି କିମ୍ବା କାଲିଠାରୁ ଗଡ଼ିପାରେ ଘରୋଇ ବସ୍

ଭୁବନେଶ୍ୱର,(ଓଡଶା ଟାଇମ୍): ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଖୁବଶୀଘ୍ର ରାସ୍ତାରେ ଗଡ଼ିବ ଘରୋଇ ବସ୍ ବୋଲି ସେ କହିଛନ୍ତି । ଗତକାଲି ସମସ୍ତ ଘରୋଇ ମାଲିକଙ୍କ ସହ ଆଲୋଚନା ହୋଇଥିଲା । ବସ ମାଲିକ ସଙ୍ଘର ଦାବି ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଛି । ଆଜି ଘରୋଇ ବସ୍ ମାଲିକ ସଙ୍ଘ ବୈଠକ କରୁଛି ବୋଲି ସେ କହିଛନ୍ତି । ଏହି ବୈଠକରେ ଆଜି (୨୭.୦୫.୨୦୨୦) କିମ୍ବା ଆସନ୍ତାକାଲି (୨୮.୦୫.୨୦୨୦)ରୁ ବସ୍‌ ଚାଳଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି ।

ବୈଠକରେ ପ୍ରଥମେ ଡ୍ରାଇଭର ଓ ଯାତ୍ରୀମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ସରକାର ଟ୍ୟାକ୍ସ ନେଇ ପ୍ରଥମେ ନିଷ୍ପତ୍ତି ନେବେ । ଓଡ଼ିଶାରେ ୧୪ ହଜାର ବସ୍‌ ରହିଛି । ସେହିପରି ୮ ହଜାର ମାଲିକ ଅଛନ୍ତି । ୬୦ ହଜାର ବସ କର୍ମଚାରୀଙ୍କ ପାଇଁ ବୀମା କରାଯାଉ। ସେହିଭଳି ବ୍ୟାଙ୍କ ଋଣ ୬ ମାସ ପାଇଁ ଛାଡ଼ କରାଯାଉ । ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି ଘରୋଇ ବସ୍‌ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.