ଆଜି ଭାରତ-ଆମେରିକା ଟୁ ପ୍ଲସ ଟୁ ଶିଖର ବୈଠକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ଭାରତ-ଆମେରିକା ଟୁ ପ୍ଲସ ଟୁ ଶିଖର ବୈଠକ ଅନୁଷ୍ଠିତ ହେବ। ଏଥିରେ ଭାରତ-ଆମେରିକା ଭାଗିଦାରୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଓ ପ୍ରଶାସନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ଆଣିବା ଉପରେ ଆଲୋଚନା ହେବ। ଗତକାଲି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର ନୂଆଦିଲ୍ଲୀରେ ପହଂଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି, ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଅତ୍ୟନ୍ତ ସଫଳ ରହିଛି ଓ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିରେ ଏହା ସାହାଯ୍ୟ କରିବ। ସେ କହିଛନ୍ତି, ଏହି ଆଲୋଚନା ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଓ ସହଯୋଗକୁ ଏକ ନୂଆ ଦିଗଦର୍ଶନ ଦେବ।

ଆଲୋଚନା ସମୟରେ ଉଭୟ ନେତା ସାମରିକ ସ୍ଥରୀୟ ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତରେ ପ୍ରତିରକ୍ଷା ଶିଳ୍ପରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବା ପାଇଁ ଆତ୍ମନିର୍ଭର ଭାରତ ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ ଏବଂ ଆମେରିକୀୟ କମ୍ପାନୀମାନଙ୍କୁ ଭାରତର ଉଦରବାଦୀ ପ୍ରତିରକ୍ଷା ଶିଳ୍ପରେ ଉପଯୋଗ କରିବାକୁ ଆମନ୍ତ୍ରଣ କରିଥିଲେ।

ଆଲୋଚନାରେ ସିଡିଏସ ମୁଖ୍ୟ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ ଜେନେରାଲ ମନୋଜ ନରୱାଣେ, ବାୟୁସେନା ମୁଖ୍ୟ ମୁଖ୍ୟ ମାର୍ଶଲ ଆର. କେ. ଏସ. ଭାଦୁରିଆ ଏବଂ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ଉପସ୍ଥିତ ଥିଲେ।

Leave a Reply

Your email address will not be published.