ଭୁବନେଶ୍ୱରରୁ ଆଜି ୧୭ ପଜିଟିଭ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଆଜି ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ଏହାମଧ୍ୟରୁ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୫ଜଣ କ୍ୱାରେଣ୍ଟାଇନରେ ରହିଥିଲେ । ଏହାସହ ୪ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି ।

୧୭ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫ଜଣ, ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଓ ୨ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୦ଜଣଙ୍କ ମଧ୍ୟରୁ ଡୁମୁଡୁମା ରଘୁନାଥପୁର ବସ୍ତିରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ବୟସ ଯଥାକ୍ରମେ ୪୦ ଓ ୩୦ ।

ପଟିଆ ଗାଁ ଜଗନ୍ନାଥ ମନ୍ଦିର ନିକଟରୁ ୬୩ ବର୍ଷୀୟ ବୃଦ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବିଜେବି ନଗର ପାଣିଟାଙ୍କି ବସ୍ତିରୁ ୨୩ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ଧାରୁଆ ବାସପୁରରୁ ଜଣେ ୪୦ବର୍ଷୀୟ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୯ ବର୍ଷୀୟ ଯୁବତୀ ଶତାଦ୍ଦୀ ନଗର ଲେନ-୧ରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଚକେଇସିଆଣି ସ୍ଥିତ ମଙ୍ଗଳା ମନ୍ଦିର ପାଖରୁ ୬୭ବର୍ଷୀୟ ବୃଦ୍ଧ ଆକ୍ରାନ୍ତ ହୋଇଛନ୍ତି । ଏହାସହ ୪ଜଣ ରାଜଧାନୀରେ ସୁସ୍ଥ ମଧ୍ୟ ହୋଇଛି ।

Leave a Reply

Your email address will not be published.