ସଚ୍ଚୋଟ କରଦାତାଙ୍କୁ ଏବେ ମିଳିବ ପୁରସ୍କାର; ପ୍ରଧାନମନ୍ତ୍ରୀ ଆଣୁଛନ୍ତି ଏହି ନୂଆ ନିୟମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୩ ତାରିଖ ଦିନ ପ୍ରିନ୍ସିପାଲ ଚିଫ୍ କମିଶନର ଏବଂ ଚିଫ୍ କମିଶନର (ଆୟକର ବିଭାଗ)ଙ୍କ ସହ ଏକ ବୈଠକ ଡାକିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସଚ୍ଚୋଟ କରଦାତାଙ୍କ ପାଇଁ ‘Transparent taxation-Honorong the Honest’ ନାମକ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ମନ୍ତ୍ରୀ ନିର୍ମଳା ସୀତାରମଣ, ଚାମ୍ବର ଅଫ୍ କମର୍ସ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆସୋସିଏସନ୍ ଇନ୍ ଆଟେଣ୍ଟାଣ୍ଡସ୍ ଏବଂ ଅର୍ଥ ରାଜ୍ୟ ମନ୍ତ୍ରୀ (ଏମଓସି) ଅନୁରାଗ ସିଂହ ଠାକୁର ପ୍ରମୁଖ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ଆୟକର ବିଭାଗର ଅଧିକାରୀଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିବିଶେଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ‘Transparent taxation-Honorong the Honest’  ପାଇଁ ଯେଉଁ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯାଉଛନ୍ତି, ତାହା ଡାଇରେକ୍ଟ ଟ୍ୟାକ୍ସ ସୁଧାରକୁ ଆହୁରି ଆଗକୁ ବଢାଇବ ।

ଗତ ବର୍ଷ କର୍ପୋରେଟ୍ ଟ୍ୟାକ୍ସର ଦରରେ ୩୦ ପ୍ରତିଶତ ହ୍ରାସ କରାଯାଇ ୨୨ ପ୍ରତିଶତ କରା ଯାଇଥିଲା । ପରେ ନୂଆ ମାନୁଫାକ୍ଟରିଂ ନିର୍ମାଣ ଲାଗି ଏହି ଦରକୁ ୧୫ ପ୍ରତିଶତ ହ୍ରାସ ମଧ୍ୟ କରା ଯାଇଥିଲା । ଏପରିକି ୩୫୬୭୮ ଟ୍ରାକ୍ସକୁ ମଧ୍ୟ ହଟାଇ ଦିଆଯାଇଥିଲା ।

ଏହାଛଡା ଇନକମ୍ ଟ୍ୟାକ୍ସ ବିଭାଗରେ କାର୍ଯ୍ୟକଳାପରେ ଟ୍ରାନ୍ସପରେନ୍ସି ଆଣିବା ପାଇଁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଦ୍ୱାରା ପ୍ରଥମ ଆରମ୍ଭ କରାଯାଇଛି । ପେଣ୍ଡିଂ କେସର ସମାଧାନ ଶୀଘ୍ର କରିବା ଉଦ୍ଦେଶ୍ୟରେ ଆୟକର ବିଭାଗ ପକ୍ଷରୁ ଡାଇରେକ୍ଟ ଟ୍ୟାକ୍ସ ‘ବିବାଦରୁ ବିଶ୍ୱାସ ଅଧିନିୟମ, ୨୦୨୦’ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ସେହିପରି ଟ୍ୟାକ୍ସପେୟରଙ୍କ ଅଭିଯୋଗ ଓ ମୋକଦ୍ଦମାକୁ କମ୍ କରିବା ଲାଗି ଟ୍ରିବ୍ୟୁନାଲ ପ୍ରକ୍ରିୟାର ସମସ୍ୟାକୁ ହ୍ରାସ କରା ଯାଇଛି ।

Leave a Reply

Your email address will not be published.