ରାତି ୧୦ଟା ୩୦ ଯାଏଁ ଖୋଲା ରହିବ ମଦ ଦୋକାନ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ମଦ ଦୋକାନ ଖୋଲିବାର ସମୟରେ ପରିବର୍ତ୍ତନ କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ ବ୍ୟତିତ ସମସ୍ତ ମଦ ଦୋକାନ ଓ କାଉଣ୍ଟରରେ ଏଣିକି ଦିନ ସାଢେ ୧୦ରୁ ଖୋଲିବ । 

ପୂର୍ବରୁ କରୋନା ମହାମାରୀ ପାଇଁ ମଦ ଦୋକାନ ଖୋଲିବା ନେଇ କିଛି ନିୟମ ରଖାଯାଇଥିଲା । ଯେମିତିକି ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ଥିଲା । ସେହିପରି କିଛିଦିନ ତଳେ ଅଲାଇନ୍ ଜରିଆରେ ମଦ ବୁକିଂ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ।  ଏହାପରେ ନିୟମରେ ପରିବର୍ତ୍ତନ କରାଯାଇ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । 

ଦେଶରେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଶେଷ ହୋଇଛି । ଏବେ ଅନଲକ୍ ୪ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ରାଜ୍ୟ ସରକାର ମଧ୍ୟ ପ୍ରାୟ ସମସ୍ତ କଟକଣା କୋହଳ କରିଛନ୍ତି । 

Leave a Reply

Your email address will not be published.