ପ୍ଲେ ଷ୍ଟୋରରୁ ଟିକଟିକ୍ ହଟିବା ପରେ କ’ଣ କହିଲା କମ୍ପାନୀ, ପଢନ୍ତୁ

ନୂଆଦିଲ୍ଲୀ; ଓଡିଶା ଟାଇମ: ଟିକଟିକ୍ ଭାରତୀୟ ଯୁବପୀଢ଼ିଙ୍କୁ ବେଶ ଆକୃଷ୍ଟ କରିଥିଲା ବେଳେ ଭାରତ ସରକାର ସୋମବାର ୫୯ ଚାଇନିଜ ଆପକୁ ବ୍ୟାନ୍ କରିଛନ୍ତି । ସୀମା ବିବାଦକୁ ନେଇ ଭାରତ ସରକାର ସୂଚନା ପ୍ରଯୁକ୍ତି ନିୟମାବଳୀ-୨୦୦୯ ର ସେକ୍ସନ୍ ୬୯ ଏ ଅନୁସାରେ ଏହି ପଦକ୍ଷେପ ନେଇଛନ୍ତି ।

ସରକାରଙ୍କ ଦ୍ୱାରା ବ୍ୟାନ୍ ହେବାର ୨୪ ଘଣ୍ଟା ମଧ୍ୟରେ ଗୁଗୁଲ ଓ ଆପଲ୍ ପ୍ଲେ ଷ୍ଟୋରରୁ ଟିକ୍ ଟକ୍ ଆପକୁ ହଟାଇ ଦିଆଯାଇଛି । ଏହି ପ୍ରତିବନ୍ଧକ ଉପରେ ଟିକଟକ୍ ଇଣ୍ଡିଆ କହିଛି ଯେ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟାନ୍ ଅସ୍ଥାୟୀ ଅଟେ । ଆମେ ଏସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରିବୁ ।

ବ୍ୟାନ୍ ହୋଇଥିବା ଏହି ଆପ୍ଗୁଡ଼ିକ ମଧ୍ୟରେ ସେୟାର ଇଟ୍, ହେଲୋ, ୱିଇ ଚାଟ୍, ବିଉଟି ପ୍ଲସ୍, ଭିଗୋ ଭିଡିଓ, କ୍ୟାମ୍ ସ୍କାନର, କ୍ଲିନ୍ ମାଷ୍ଟର, ଭିଭା ଭିଡିଓ, କ୍ଲବ ଫ୍ୟାକ୍ଟ୍ରି, ଲାଇକି , ୟୁସି ବ୍ରାଉଜର, ଶେଇନ୍, କ୍ଲାଶ୍ ଅଫ୍ କିଙ୍ଗସ୍, ଏମ୍ଆଇ କମ୍ୟୁନିଟି, ସିଏମ୍ ବ୍ରାଉଜର, ଭାଇରସ୍ କ୍ଲିନର, ଆପସ୍ ବ୍ରାଉଜର, ରୋମି, କ୍ଲବ୍ ଫ୍ୟାକ୍ଟ୍ରି, ନ୍ୟୁଜ୍ ଡଗ୍, ୟୁସି ନ୍ୟୁଜ୍, ଜେଣ୍ଡର, ୱିବୋ, କ୍ୟୁକ୍ୟୁ ମେଲ୍, କ୍ୟୁକ୍ୟୁ ମ୍ୟୁଜିକ୍ଳ ବିଗୋ ଲାଇଭ୍, କ୍ୟୁକ୍ୟୁ ନ୍ୟୁଜଫିଡ୍, ସେଲଫି ସିଟି, ମେଲ୍ ମାଷ୍ଟର, ପାରାଲାଲ୍ ସ୍ପେସ୍, ଏମ୍ଆଇ ଭିଡିଓ କଲ୍, ୱି ସିଙ୍କ୍, ଭିଗୋ ଭିଡିଓ, ଭଲ୍ଟ ହାଇଡ୍, କ୍ୟାମ୍ ସ୍କାନର, ୱି ମିଟ୍, ଡିୟୁ କ୍ଲିନର ରହିଛି ।

ଟିକଟକ୍ ଇଣ୍ଡିଆର ହେଡ୍ ନିଖିଲ ଗାନ୍ଧୀ କହିଛନ୍ତି ଯେ ଭାରତ ସରକାର ଟିକଟକ୍ ସହ ୫୯ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଟିକଟକ୍ ସବୁବେଳେ ଗ୍ରାହକଙ୍କ ଡାଟା ଓ ପ୍ରାଇଭେସିକୁ ସୁରକ୍ଷା ଦେଇଥାଏ । ଆମେ ଭାରତୀୟ ୟୁଜର୍ସଙ୍କ ଡାଟାକୁ ଚୀନ କିମ୍ବା ଅନ୍ୟ ବିଦେଶୀ ସରକାରଙ୍କୁ ଦେଉନାହୁଁ ।

ଏବେ ଗୁଗୁଲ ଓ ଆପଲ୍ ପ୍ଲେ ଷ୍ଟୋରୁ ଟିକଟକ୍ ସର୍ଚ୍ଚ କରିବାରୁ ବହୁତ ସାରା କ୍ଲୋନ୍ ଆପ୍ ଲିଙ୍କ ମିଳୁଛି । ଗୁଗୁଲ୍ ଇଣ୍ଡିଆ ମଧ୍ୟ ଟିକଟକ୍ ବ୍ୟାନ୍ ନେଇ କୌଣସି ଆଧିକାରୀକ ବୟାନ ଜାରି କରି ନାହାଁନ୍ତି ।

ଗତ କିଛି ଦିନ ତଳେ ଗଲୱାନ ଘାଟିରେ ୨୦ ଯବାନ ସହିଦ ହେବା ପରେ ଭାରତୀୟଙ୍କ ଆକ୍ରୋଶର ଶିକାର ହୋଇଥିଲା ଚୀନ । ସେପଟେ ଗଲୱାନ୍ ଘାଟି ବିବାଦ ପରେ ଚୀନ ବିରୁଦ୍ଧରେ ଭାରତ ସରକାରଙ୍କ ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି ।

Leave a Reply

Your email address will not be published.