ବିଏସଏଫ ଯବାନଙ୍କ ଦ୍ୱାରା ଅଫୁଟା ବୋମା ଓ ଲ୍ୟାଣ୍ଡମାଇନ ଜବତ

ମାଲାକନଗିରି, (ଓଡିଶା ଟାଇମ୍) : ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ବିଏସଏଫ ୯ମ ବାଟାଲିଆନ ଜବାନମାନେ ଏହି ମାଓ ସାମଗ୍ରୀ ଜବତ କରିଛନ୍ତି । ଏହି ସାମଗ୍ରୀରେ ଟିଫିନ୍ ବୋମା ରହିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସ୍ବାଭିମାନ ଅଞ୍ଚଳ ଗୋରାସେତୁ ଜଙ୍ଗଲରେ ମାଓ କ୍ୟାମ୍ପ୍ ଚାଲିଥିବା ନେଇ ସୂଚନା ପାଇବା ପରେ ବିଏସଏଫ ଜବାନମାନେ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । କମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ଟିଫିନ୍ ବୋମା ରହିଥିବା ସୂଚନା ମିଳିଛି । ମାଓବାଦୀଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ଜଙ୍ଗଲରେ ବିଏସଏଫ ଜବାନମାନେ କମ୍ବିଂ ଅପରେସନ ଜାରି ରଖିଛନ୍ତି ।

Leave a Reply