୫୦ ବର୍ଷୀୟ ଜେନେରେଟରର କାହାଣୀ

0
7

ନାଁ ପ୍ରମୋଦ ଯାଦବ। ଠିକଣା- ଯାଦବ ବଲିଆ ହୋଟେଲ୍‌, ଛତାବର ଭଦ୍ରକ। ଏଇଠିକଣାରେ ଚିଠି ପଠାଇଲେ ସେ ପାଇବେ ତାହା ସତ। କିନ୍ତୁ ଏହା ଆପଣଙ୍କ ପାଇଁ କାହିଁକି ଗୁରୁତ୍ଵପୂଣ୍ଣ ତାହାର କାରଣ ହେଲା ଏଠାରେ ଥିବା ଏକ ୫୦ ବର୍ଷରୁ ଅଧିକ ପୁରୁଣା ବିଜୁଳି ଜେନେରେଟର। ଆଜିବି ତାହା କାର୍ଯ୍ୟକ୍ଷମ ଆଉ ହୋଟେଲ୍‌ର ସମସ୍ତ ଆବଶ୍ୟକକୁ ପୂରଣ କରିବାକୁ ସେ ସମର୍ଥ।

ଯେଉଁ ଟେକ୍ନୋଲୋଜିରେ ତାହା ତିଆରି ହୋଇଥିଲା ସେଥିରେ ଅନେକ ପରୀକ୍ଷା ନିରୀକ୍ଷା କରାଯାଇ ତାହାକୁ ବିକଶିତ କରାଯାଇଥାଇପାରେ, ଜେନେରେଟରର ଆକାର ପୋର୍ଟେବଲ୍‌ ହୋଇଥାଇପାରେ, ଏହା ଅଧ୍ୟକ ବିଜୁଳି ଉତ୍ପନ୍ନ କରୁଥାଇପାରେ କିନ୍ତୁ ଏତେଦିନ ଯାଏ ନିରବଚ୍ଛିନ୍ନ ବିଜୁଳି  ଉତ୍ପାଦନ କରିବା ଉଦାହରଣ ନଥିବ, ଯେମିତି ଏଠାରେ ଘଟିଛି। 

ଏ ପୁରୁଣାକାଳିଆ ଜେନେରେଟର ପ୍ରମୋଦଙ୍କ ପାଇଁ ପରିବାରର ଏକ ସଦସ୍ୟ ଭଳି। ସେଥିପାଇଁ ସେ ତାହାର ସେତିକି ଯତ୍ନ ନିଅନ୍ତି ଯେମିତି ସେ ହୋଟେଲ୍‌ର ଅନ୍ୟ ଅଂଶବିଶେଷ ପାଇଁ।

ଭୁବନେଶ୍ଵରରୁ କଲିକତା ଜାତୀୟ ରାଜନଥରେ ଗଲାବେଳେ ଛତାବର ଛକ ଉପରେ ଏହି ହୋଟେଲ୍‌ଟି ଆପଣଙ୍କ ନଜରକୁ ଆସିବ। ଯଦି ଆପଣ ସେଇପଟେ ଯିବା ଆସିବା କରିବାରେ ଅଭ୍ୟସ୍ତ ତେବେ ଏହି  ମିଳାପ ଯାଦବ ହୋଟେଲ୍‌କୁ ନିିହାତି ଭାବେ ଚିହ୍ନିଥିବେ। କାରଣ ୧୯୮୩ ମସିହାରୁ ଏହା ନିରବଚ୍ଛିନ୍ନ ଭାବେ ଏଠାର ଆଗନ୍ତୁକଙ୍କୁ ଖାଇବା ପରସି ଆସୁଛି। ବିଶେଷକରି ବସ୍‌ଯାରତ୍ର ଓ ଟ୍ରକ୍‌ ଡ୍ରାଇଭରଙ୍କୁ। 

ପ୍ରମୋଦଙ୍କ କାହାଣୀ ସେମିତି ସ୍ଵଭାବିକ ଯେମିତି ରାସ୍ତାଗଡ଼ରେ ଥିବା ଅନ୍ୟ ପଞ୍ଜାବୀ, ମାରୱାଡ଼ି ଢାବାର କାହାଣୀ। ତାଙ୍କ ପରିବାର ବନ୍ଧୁ ବର୍ଗ  ଉତ୍ତର ପ୍ରଦେଶ ବଲିଆ ଜିଲ୍ଲା ସିକନ୍ଦରପୁରରେ । ସେ ବି ଅନେକ ସମୟରେ ସେଠାକୁ ଯା ଆସଦ କରିଥାଆନ୍ତି। କିନ୍ତୁ ବ୍ୟବସାୟ ଓଡ଼ିଶାରେ। ଯାତ୍ରୀମାନଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଇବା ତାଙ୍କର ବ୍ୟବସାୟ। 

ଏହିକ୍ରମରେ ଯେତେବେଳେ ଢାବାରେ ବିଜୁଳି ଆଲୁଅର ଆବଶ୍ୟକ ପଡ଼ିଲା ସେତେବେଳେ ବାପାଙ୍କ ସଙ୍ଗେ ଉତ୍ତର ପ୍ରଦେଶର ଜଣେ ବନ୍ଧୁଙ୍କପାଖରୁ ଏକ ଜେନେରେଟର କିଣିଲେ। ତାହା ପୁଣି ସେକେଣ୍ଡ ହ୍ୟାଣ୍ଡ ବା ପୁରୁଣା ଦରରେ।  ସେତେବେଳେ ତାଙ୍କ ପାଇଁ ଏହା ଅକାମୀ ଥିଲା। ଆଉ ସମ୍ପୃକ୍ତ ବିକ୍ରେତା ଏକ ନୂଆ ଜେନେରେଟର ଚାହୁଥିଲେ। ଏଣୁ ସେ ଚଳାଉଥିବା ଜେନେରେଟର ସେଟ୍‌କୁ କିଛି ଅଳ୍ପ ଦାମ୍‌ରେ ବିକ୍ରି କରିଦେଲେ। ତାହାକୁ ସେ ଛତାବର ଢାବାକୁ ନେଇ ଆସିଲେ।  ଆଉ ତାହାକୁ ଏଠାରେ ସ୍ଥାନୀୟ ମିସ୍ତ୍ରୀଙ୍କ ସହ ପରାମର୍ଶରେ ସ୍ଥାପନ କଲେ। ସେଦିନଠାରୁ ଲଏହି ଜେନେରେଟର ଆବଶ୍ୟକ ବିଜୁଳି ଯୋଗାଇବାରେ ସକ୍ଷମ ରହିଛି। 

ଏ ବାବଦରେ ପଚାରିଲେ ପ୍ରମୋଦ କହନ୍ତି, ଏହା ଆମ ପରିବାର ସଦସ୍ୟଭଳି। କେବେ ଆମକୁ ନିରାଶ କରି ନାହିଁ। ଏଣୁ ତାହାକୁ ବଦଳାଇବାଇବୁ କାହିଁକି?

କିନ୍ତୁ ନୂଆ ନୂଆ ଟେକ୍ନୋଲୋଜିରେ ଜେନେରେଟର ବାହାରିଲାଣି?

ଏହାର କାମ ବିଜୁଳିଶକ୍ତି ଉତ୍ପନ୍ନ କରିବା। ଯେଉଁଥିପାଇଁ ଆମ ଜେନେରେଟର ସମର୍ଥ। ଆଜି ଯାଏଁ କେବଳ ତେଲ ଛଡ଼ା ଆଉ କିଛି ଆବଶ୍ୟକ ପଡ଼ି ନାହିଁ?

କେବେ ଖରାପ ହୁଏ ନା?

ଘରେ ସାଧାରଣ ଲୋକ ବି ବେମାର ପଡ଼େ। ଠିକ୍‌ ସେହିଭଳି ଏ ଜେନେରେଟର ବେଳେ ବେଳେ ଖରାପ ହୁଏ କିନ୍ତୁ ତାହା ତିଆରିବି ହୋଇପାରେ। କାହାକୁ ଆଜି ଯାଏ ଅସୁବିଧା କରିନାହିଁ। 

ଖର୍ଚ ଅଧିକ ହେଉଥିବ?

ନା। ବର୍ଷକୁ ଥରେ ମେଣ୍ଟନାନ୍ସ କରାଯାଏ। ଆଉ କେବେ ଅଧିକ ଖର୍ଚ ହେବା ମୁଁ ଜାଣିନି। 

କେବେଠୁ ଏହା ସହ ଜଡ଼ିତ?

ଆଜ୍ଞାମ ଆମେ ଯାହାଠୁ ଏ ଜେନେରେଟର କିଣିଥିଲୁ ାସେତେବେଳକୁ ତାର ବୟସ ୧୦/୧୨ ବର୍ଷ ହୋଇ ସାରିଥିଲା। ଆମ ପାଖରେ ଏହା ୩୫ ବର୍ଷ ହେଲା ରହିଲାଣି। କିଛି ଅସୁବିଧା ଆମକୁ କରି ନାହିଁ। 

ଶବ୍ଦ, ପ୍ରଦୂଷଣ, ଇନ୍ଧନ ଆଦି?

କିଛି ଜଣାପଡ଼େନାହିଁ। ଅସୁବିଧା ହେଲେ ସ୍ଥାନୀୟ ଲୋକେ ତିଆରି କରି ଦିଅନ୍ତି। ମୁଁ ଏହାକୁ ଫୋପଡ଼ିବା ଚିନ୍ତା କରିନାହିଁ। ପୁରୁଣା ଜିନିଷ ସହ ଏକ ସ୍ଵତନ୍ତ୍ର ଭାବଗତ ସମ୍ପର୍କ ଠିଆ ହୋଇଯାଏ। ଠିକ୍‌ ତହା ମୋ ଜୀବନରେ ଘଟିଛି।  ଏ ଦୋକାନ ହେବା ଦିନଠୁ ଜେନେରେଟର ରହିଛି। ଯେତେଦିନ ରହିବ ରହିଥିବ। 

ଅନ୍‌ଲାଇନ୍‌ ୟୁପିଏସ୍‌, ସାଇଲେଣ୍ଟ ଡିଜି ଯୁଗରେ ଯେଉଁଠାରେ ଘରର ପାୱାର ବ୍ୟାକ୍‌ଅପ୍‌ କୌଣସି କୋଣରେ କିମ୍ବା ଛାତ ଉପରେ ରଖିବାର ବ୍ୟବସ୍ଥା ବି ହୋଇପାରେ ସେଠାରେ ଏତେ ବଡ଼ ଜାଗା ଜେନେରେଟର ସେଟ୍‌ ପାଇଁ ଯୋଗାଡ଼ କରିବା ଏକ ବ୍ୟୟସାପେକ୍ଷ ବ୍ୟାପାର। ହେଲେ ଏହି ଜେନେରେଟରରେ ଆପଣ ପ୍ରତ୍ୟକ୍ଷ ଭାବେ ବିଜୁଳି ଉତ୍ପାଦନ ଦେଖିପାରିବେ। ସିଲିଂ ଉପରେ ଇନ୍ଧନ ପକାଇବା ପାଇଁ ବ୍ୟବସ୍ଥା ଥିବ ଏବଂ ସେଠାରୁ ପାଇପ୍‌ ଯୋଗେ ଇନ୍ଧନ ଆସି ମୋଟର ଚାଲିବ ତହା ପୁଣି ବିଜୁଳି ଶକ୍ତିରେ ପରିଥତ ହୋଇ ପଙ୍ଖା ଓ ଲାଇଟ୍‌ ଜଳାଇବ ସତରେ ପିଲାଙ୍କ ବିଜ୍ଞାନ ବହି ପ୍ରକଳ୍ପ ଭଳି ଏକ ବଢ଼ିଆ ମଡେଲ୍‌।

ଆପଣ ବି କେତେବେଳେ ଏହି ବାଟ ଦେଇ ଗଲାବେଳେ ଏପରି ଏକ ଉଦାହରଣରେ ସାକ୍ଷୀ ହୋଇଯାଆନ୍ତୁ। ସେଲ୍‌ଫି ବି ନିଅନ୍ତୁ ଆଉ ନିଜ ସାଧାରଣ ଜ୍ଞାନକୁ ପରୀକ୍ଷା କରି ନିଅନ୍ତୁ। ସାମ୍ନାରେ ନହେଲେ ବି ପ୍ରଚ୍ଛଦପଟ୍ଟରେ ପ୍ରମୋଦଙ୍କୁ ଧନ୍ୟବାଦ ଦେବାକୁ ଭୁଲିାବେ ନାହିଁ। କାରଣ ତାଙ୍କରି ଯୋଗୁ ଆଜି ପ୍ରଥମ ପିଢ଼ିର ଏହି ଜେନେରେଟର ଆପଣଙ୍କ ସାମ୍ନାକୁ ଆସିପାରିଛି, ନୁହେଁକି? 

 

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ 

ବିଭାଜନ ପରେ ଭାରତ ହିନ୍ଦୁରାଷ୍ଟ୍ର ଘୋଷିତ କରିବାର ଥିଲା : ମେଘାଳୟ ହାଇକୋର୍ଟ

ବିଭାଜନ ପରେ ଭାରତ ହିନ୍ଦୁରାଷ୍ଟ୍ର ଘୋଷିତ କରିବାର ଥିଲା : ମେଘାଳୟ ହାଇକୋର୍ଟ

ଶେଷରେ ଭୋଟର ନେତାଙ୍କୁ ଜଣାଇଲେ ସେମାନଙ୍କ ‘ଧର୍ମ’

ଶେଷରେ ଭୋଟର ନେତାଙ୍କୁ ଜଣାଇଲେ ସେମାନଙ୍କ ‘ଧର୍ମ’

ମାଲାୟାଲମ ପରୀକ୍ଷାରେ ୧୦୦ରୁ ୧୦୦ ରଖିଲେ ଓଡ଼ିଆ ଶ୍ରମିକ

ମାଲାୟାଲମ ପରୀକ୍ଷାରେ ୧୦୦ରୁ ୧୦୦ ରଖିଲେ ଓଡ଼ିଆ ଶ୍ରମିକ