ମହାନଦୀ ଜଳ ବିବାଦ ମାମଲା ,ଆଜି ପୁଣି ବସିବ ଓଡିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) :ମହାନଦୀ ଜଳ ବିବାଦ ମାମଲା । ଆଜି ପୁଣି ବସିବ ଓଡିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ । ମହାନଦୀ ଜଳବିବାଦ ମାମଲାର ତ୍ୱରିତ୍ ଶୁଣାଣି ପାଇଁ ସମୟ ନିର୍ଦ୍ଧାରଣ ପ୍ରସଙ୍ଗରେ ଗତକାଲି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ବସିଥିଲା । କିନ୍ତୁ ପୂର୍ବପରି ଏହି ପରିପ୍ରେକ୍ଷୀରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନାରୁ ସୁଫଳ ବାହାରୁନଥିବା ଜଣାପଡିଛି । ଦୁଇଥର ବୈଠକ ହୋଇଥିଲେ ସୁଦ୍ଧା ଆଲୋଚନା ଅସମାପ୍ତ ରହିଛି । ଆଜି ପୁଣିଥରେ ବୈଠକ ବସିବ ବୋଲି ଜଣାପଡ଼ିଛି ।

ଗତକାଲିର ବୈଠକରେ ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ରର ଆଇନଜୀବୀ ଟିମ୍, ବୈଷୟିକ ବିଶେଷଜ୍ଞ ମାନେ ଭିଡିଓ କନ୍‌‌ଫେରେନ୍ସିଂ ଜରିଆରେ ଯୋଗ ଦେଇଥିଲେ । ପାଖାପାଖି ଏକ ଘଣ୍ଟା ଧରି ବୈଠକ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମାମଲାର ଶୁଣାଣି ତଥା ବିଭିନ୍ନ ପ୍ରକ୍ରିୟା ଓ ଆଇନଗତ ଦିଗ ଉପରେ ଉଭୟ ପକ୍ଷ ଫୁଙ୍ଖାନୁଫୁଙ୍ଖ ଆଲୋଚନା କରିଥିଲେ। ଆସନ୍ତାକାଲି ଶୁଣାଣି ।

Leave a Reply

Your email address will not be published.