ରିଲିଜ୍ ହେଲା ନବାଜ୍‌  ଆଗାମୀ ବାୟୋପିକର ଟ୍ରେଲର୍ ’ଠାକ୍‌ରେ’

0
131
advertisement

ଲୋକପ୍ରିୟ ରାଜନେତା ବାଲ୍ ଠାକ୍ରେଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ର ଟ୍ରେଲର୍ ବୁଧବାର ଦିନ ରିଲିଜ୍ ହୋଇଯାଇଛି । ୩ ମିନିଟ୍ର ଏହି ଭିଡିଓରେ ପ୍ରଥମେ ଦଙ୍ଗାର ଦୃଶ୍ୟ ଦେଖିବାକୁ ମିଳୁଛି ଏବଂ ବ୍ୟାକ୍‌ଗ୍ରାଉଣ୍ଡ୍ ସାଉଣ୍ଡ୍ ଭାବେ ଶୁଣିବାକୁ ମିଳୁଛି – ‘କେବଳ ଜଣେ ବ୍ୟକ୍ତି ମୁମ୍ବାଇର ଏହି ଦଙ୍ଗା ପରିସ୍ଥିତିକୁ ଶାନ୍ତ କରିପାରିବ ।’ ଏହି ସଂଳାପ ସରିବା ପରେ ବାଲ୍ ଠାକ୍ରେଙ୍କ ଚରିତ୍ରରେ ଅଭିନୟ କରିଥିବା ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ଚେହେରା ସାମନାକୁ ଆସୁଛି । ତୃତୀୟ ଥର ପାଇଁ ନବାଜ୍ ବାୟୋପିକ୍‌ରେ ଅଭିନୟ କରିଛନ୍ତି ।

ଏହାପୂର୍ବରୁ ଦଶରଥ ମାନ୍‌ଝିଙ୍କ ଉପରେ ଆଧାରିତ ବାୟୋପିକ୍ ‘ମାନ୍‌ଝି, ଦି ମାଉଣ୍ଟେନ୍ ମ୍ୟାନ୍’ ଓ ଶଆଦତ୍ ହାସନଙ୍କ ମଣ୍ଟୋ’ରେ ନୱାଜୁଦ୍ଦିନ୍‌ ସିଦ୍ଦିକି ତାଙ୍କ ଅଭିନୟ ଦକ୍ଷତାର ପ୍ରମାଣ ଦେଇଥିଲେ । ବାଲ୍ ଠାକ୍ରେଙ୍କ ବାୟୋପିକ୍ରେ ଅମୃତା ରାଓ ବାଲ୍ଠାକ୍ରେଙ୍କ ପତ୍ନୀ ମୀନା ତାଇଙ୍କ ଭୂମିକାରେ ଅଛନ୍ତି । ବାଲ୍ ଠାକ୍ରେଙ୍କ ପୁତ୍ର ଉଦ୍ଧବ ଠାକ୍ରେଙ୍କ ଉପସ୍ଥିତିରେ ଟ୍ରେଲର୍ ରିଲିଜ୍ କରାଯାଇଥିଲା ।

ଏହି ବାୟୋପିକ୍ ଆସନ୍ତା ଜାନୁୟାରୀ ୨୫ ତାରିଖରେ ସିନେମାଘରକୁ ଆସିବ ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ 

ଆଉ ଜଣେ ଷ୍ଟାର୍ ଡଟରଙ୍କ ଏଣ୍ଟ୍ରୀ, ଗଡ୍‌ଫାଦର ସଲ୍ଲୁ 

ଆଉ ଜଣେ ଷ୍ଟାର୍ ଡଟରଙ୍କ ଏଣ୍ଟ୍ରୀ, ଗଡ୍‌ଫାଦର ସଲ୍ଲୁ

କପିଲଙ୍କ ଦ୍ୱିତୀୟ ରିସେପ୍ସନ୍‌ରେ ଦୀପ୍‌ବୀରଙ୍କ ଡ୍ୟାନ୍ସ୍ 

କପିଲଙ୍କ ଦ୍ୱିତୀୟ ରିସେପ୍ସନ୍‌ରେ ଦୀପ୍‌ବୀରଙ୍କ ଡ୍ୟାନ୍ସ୍

ବକ୍ସ ଅଫିସ୍‌ରେ ‘କେଜିଏଫ୍’ର ଧମାକା 

ବକ୍ସ ଅଫିସ୍‌ରେ ‘କେଜିଏଫ୍’ର ଧମାକା