“ଟିକଟକ୍ କେବଳ ନମୁନା ଥିଲା”, ବର୍ତ୍ତମାନ ପିଏମ ମୋଦୀଙ୍କ ରାଡାରରେ ପିଏଲଏ ଏବଂ ଆଲିବାବା

ଯେତେବେଳେ ଭାରତ ଚୀନ୍‌ର ୫୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ସ୍ଥିର କଲା, ସେତେବେଳେ ଲୋକମାନେ ଜାଣି ନଥିଲେ ଯେ ଭାରତ ସରକାରଙ୍କ ଏହି ପଦକ୍ଷେପ ବର୍ତ୍ତମାନ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶକୁ ଚୀନ୍ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଚୀନ୍‌ର କମ୍ପାନୀଗୁଡ଼ିକୁ ରେଳ ଚୁକ୍ତିରୁ ଦେଶର ଭିତ୍ତିଭୂମି ପ୍ରକଳ୍ପ ପର୍ଯ୍ୟନ୍ତ ବାରଣ କରାଯାଇଛି । ଏହି ପର୍ଯ୍ୟାୟରେ, ଭାରତ ସରକାର ବର୍ତ୍ତମାନ ଚୀନ୍ ସେନା ଯଥା ପିଏଲଏକୁ ପ୍ରବଳ ଝଟ୍‌କା ଦେବା ପାଇଁ ପିଏଲଏ ସହିତ ସଂଯୁକ୍ତ ୭ ଟି ଚାଇନିଜ୍ କମ୍ପାନୀ ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି।

ଏକ୍ସ ଇଣ୍ଡିଆ ଷ୍ଟିଲ୍ସ, ଜିନ୍‌ଜିଙ୍ଗ କେ୍ରଥେ ଇଣ୍ଟରନ୍ୟାସନାଲ, ଚୀନ୍‌ ଇଲେକ୍ଟ୍ରୋନିକ୍ସ ଟେକ୍ନୋଲୋଜି ଗ୍ରୁପ, ହୁୱେଇ, ଆଲିବାବା, ଟେନସେଟ୍‌ ଏବଂ ଏସଏଆଇସି ମୋଟର କର୍ପୋରେସନ୍ ଭଳି ଚୀନ୍ କମ୍ପାନୀଗୁଡ଼ିକ ବିରୋଧରେ ଭାରତ ଖୁବ୍ ଶୀଘ୍ର ବଡ଼ ପଦକ୍ଷେପ ନେଇପାରେ । ଏହି ସମସ୍ତ କମ୍ପାନୀ ଚୀନ୍ ସେନା ସହିତ ସଂଯୁକ୍ତ । ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ଅଧିକାଂଶ ମୋବାଇଲ୍ ଏବଂ ଟେକ୍ ସେକ୍ଟରରେ ଜଡ଼ିତ । ସେମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ନାମ ହେଉଛି ହୁୱେଇ ଏବଂ ଆଲିବାବା ।  

ଏଭଳି ପରିସ୍ଥିତିରେ ଯଦି ହୁୱେଇ ବିରୁଦ୍ଧରେ ଭାରତ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ହୁୱେଇର ୫-ଜି ସ୍ୱପ୍ନ ମାଟିରେ ମିଶିଯିବ । ହୁୱେଇର ପିଏଲଏ ସହିତ ସିଧାସଳଖ ସଂଯୋଗ ଅଛି । ପିପୁଲ୍ସ ଲିବରେସନ୍ ଆର୍ମି ଇଞ୍ଜିନିୟରିଂ କର୍ପସର ଡେପୁଟି ଡାଇରେକ୍ଟର ରେନ୍ ଜେଙ୍ଗଫେଇଙ୍କଦ୍ୱାରା ହୁୱେଇ ପ୍ରତିଷ୍ଠା କରାଯାଇଥିଲା । ହୁୱେଇ ଭାରତର ଗୋଟିଏ ବଡ଼ ଖେଳାଳି ଭାବରେ ଜଣାଶୁଣା ଥିଲା, କିନ୍ତୁ ଭାରତ-ଚୀନ୍ ବିବାଦରେ ହୁୱେଇର ବଳିଦାନ ନିଶ୍ଚିତ ବୋଲି ବିବେଚନା କରାଯାଏ ।

ଏଥିସହ, ଚୀନ୍‌ର ଅନ୍ୟ କମ୍ପାନୀ ଯେପରିକି ଆଲିବାବା, ବାଇଦୁ, ଏବଂ ଟେନ୍‌ସେଣ୍ଟ ଚୀନ୍‌ର ସାମରିକ ସିଭିଲ୍ ଫ୍ୟୁଜନ୍ ଏବଂ ଆର୍ଟିଫିକାଲ୍ ପ୍ରୋଜେକ୍ଟର ଏକ ଅଂଶ, ଅର୍ଥାତ୍ ଚୀନ୍ ସୈନ୍ୟ ଏହି କମ୍ପାନୀଗୁଡ଼ିକର ଦୈନନ୍ଦିନ କାର୍ଯ୍ୟକୁ ସିଧାସଳଖ ପରିଚାଳନା କରନ୍ତି । 

ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରଠାରୁ ଭାରତ ଚୀନ୍‌ର ବୈଷୟିକ ବଜାରକୁ ନଷ୍ଟ କରିବାକୁ ଲାଗିଛି । ଏହି ବୈଷୟିକ କ୍ଷେତ୍ରରୁ ଚୀନ୍ ସାମରିକ ବହୁ ଲାଭବାନ ହୋଇଥାଏ । ଏଭଳି ପରିସ୍ଥିତିରେ ଭାରତ ସରକାର ପିଏଲଏକୁ ଆର୍ଥିକ ଦୃଷ୍ଟିରୁ ବଡ଼ ଧରଣର ଝଟ୍‌କା ଦେବାକୁ ପଦକ୍ଷେପ ନେଉଛନ୍ତି ।

ଗତ କିଛିବର୍ଷ ମଧ୍ୟରେ ଚୀନ୍‌ର ବୈଷୟିକ କ୍ଷେତ୍ର ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏହାର ବିକାଶରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଇସ୍ପାତ ଏବଂ ଆଲୁମିନିୟମ ଶିଳ୍ପରେ ଅଭିବୃଦ୍ଧି ହାର ମନ୍ଥର ହୋଇଛି, ତେଣୁ ଚୀନ୍‌ର ବୈଷୟିକ କ୍ଷେତ୍ର ଚୀନ୍‌ର ବିକାଶରେ ସହାୟକ ହୋଇଛି ।

ଚୀନ୍‌ର ମୋଟ ଡିଜିଟାଲ ଉତ୍ପାଦନ ପ୍ରାୟ ୪ ଟ୍ରିଲିୟନ ଡଲାର, ଯାହା ଭାରତର ମୋଟ ଜାତୀୟ ଉତ୍ପାଦନ ନୁହେଁ । ଯେତେବେଳେ ଆଲୁମିନିୟମ ଏବଂ ଶକ୍ତି କ୍ଷେତ୍ର ଉପରେ ନିର୍ଭରଶୀଳ ଚୀନ୍‌ର ପୁରୁଣା ଅର୍ଥନୀତିରେ ଅଭିବୃଦ୍ଧି ହାର ମନ୍ଥର ହେବାକୁ ଲାଗିଲା, ଚୀନ୍ ବୈଷୟିକ କ୍ଷେତ୍ରରେ ଟଙ୍କା ବିନିଯୋଗ କଲା ।

ବର୍ତ୍ତମାନ ଚୀନ୍‌ ପ୍ରତିବର୍ଷ ବୈଷୟିକ କ୍ଷେତ୍ରରେ ୪୦୦ ବିଲିୟନ ଡଲାର ବିନିଯୋଗ କରୁଛି, ୟୁରୋପୀୟ ୟୁନିଅନ ବଜେଟ୍‌ ଅପେକ୍ଷା ଏହା ଅଧିକ ! ଏହି ବିନିଯୋଗ ଚୀନ୍‌ର ବୈଷୟିକ କମ୍ପାନୀଗୁଡ଼ିକୁ ଅଧିକ ଲାଭ ଦେଲା । ଚୀନ୍‌ରେ, ହାର୍ଡୱେର୍ ଏବଂ ସଫ୍ଟୱେର୍ କମ୍ପାନୀଗୁଡ଼ିକ ଦ୍ରୁତ ଗତିରେ ବିକାଶ ଆରମ୍ଭ କଲେ ଏବଂ ବିଶ୍ୱକୁ ରପ୍ତାନି ଆରମ୍ଭ କଲେ ।

ତେବେ ଭାରତ ବର୍ତ୍ତମାନ ଏହି ବୈଷୟିକ କ୍ଷେତ୍ରକୁ ନଷ୍ଟ କରିବାକୁ ଶପଥ ନେଇଛି । ଚୀନ୍ ଆପ୍ ପାଇଁ ଭାରତ ସରକାର ପ୍ରଥମେ ଏକ ବାଟ ଦେଖାଇଲେ । ବର୍ତ୍ତମାନ ଏହି ୭ ଟି ଚାଇନିଜ୍ କମ୍ପାନୀ ବିରୋଧରେ ଭାରତ ସରକାର ବଡ଼ ପଦକ୍ଷେପ ନେଇପାରିବେ । ବର୍ତ୍ତମାନ ଚୀନ୍ ନିଶ୍ଚିତ ଭାବରେ ହୃଦୟଙ୍ଗମ କରିବ ଯେ ଭାରତ ସହ ବିବାଦ କରି ଏହା ପ୍ରକୃତ ଭୁଲ୍ କରିଛି ।

 

 

Leave a Reply

Your email address will not be published.