ନବନିଯୁକ୍ତ ଯୁବ ସଭାପତିଙ୍କୁ ବିରୋଧ; କଂଗ୍ରେସ ଭବନରେ ଗୋଷ୍ଠୀ ସଙ୍ଘର୍ଷ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟ କଂଗ୍ରେସ ଭବନରେ ପଡିଲା ତାଲା । ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ବିରୋଧ କରି କଂଗ୍ରେସ ଭବନରେ ତାଲା ପକାଇଛନ୍ତି ଉତ୍ତ୍ୟକ୍ତ ଯୁବକର୍ମୀ । ସ୍ମୃତି ରଞ୍ଜନ ଲେଙ୍କା କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ ଯୁବକର୍ମୀ କଂଗ୍ରେସ ଭବନ ସମ୍ମୁଖରେ ନାରାବାଜି କରିଥିବା ଦେଖିବାକୁ ମିଳିଛି । ଫଳରେ କଂଗ୍ରେସ ଭବନ ପରିସରରେ ସମର୍ଥକ ଓ ବିରୋଧୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲେ ।

ଏହାକୁ ନେଇ ସ୍ମୃତିଙ୍କ ସମର୍ଥକ ଏବଂ ବିରୋଧି ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯାହାଫଳରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ଘଟଣାର ହସ୍ତକ୍ଷେପ କରିଥିଲା।

ପରିସ୍ଥିତକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା । ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି ।

Leave a Reply

Your email address will not be published.