ଲାଞ୍ଚ ନେଇ ଧରାପଡ଼ିଲେ ବାଲିଅନ୍ତା ତହସିଲଦାର 

ଭୁବନେଶ୍ବର, (ଓଡିଶା ଟାଇମ୍) : ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି। ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି। ଡାଟା ଏଣ୍ଟ୍ରି ଅପରେଟର ଜଣଙ୍କ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ ।

ଭୁବନେଶ୍ଵରର କୈଳାସ ରଥଙ୍କ ଜମିର କିସମ ବଦଳାଇବା ପାଇଁ କେସ୍ ନମ୍ବର ୨୦୩/୨୦୨୦ ରେ ବାଲିଅନ୍ତା ତହସିଲଦାର ଟଙ୍କା ଡିମାଣ୍ଡ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ଵର କହିଛନ୍ତି । ଫଳରେ ତହସିଲ ଅଫିସ୍ ନିକଟରୁ କୈଳାସଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ । ଖବର ପାଇ ପୂର୍ବ ଯୋଜନା ଅନୁଯାୟୀ ତହସିଲ କାର୍ଯ୍ୟାଳୟ ନିକଟର ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ଧରିଥିଲେ ।

Leave a Reply

Your email address will not be published.