ଟାଟା ପାୱାର ପକ୍ଷରୁ ଓଡ଼ିଶାର ୱେସ୍‌କୋ ଓ ସାଉଥ୍‌କୋ ଡିସ୍‌କମ୍ ପାଇଁ ଲେଟର୍ ଅଫ୍ ଇଟେଂଟ୍ ହାସଲ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭାରତର ସର୍ବବୃହତ ସମନ୍ୱିତ ବିଦ୍ୟୁତ ୟୁଟିଲିଟି ଟାଟା ପାୱାର ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓଡ଼ିଶାରେ ରାଉରକେଲା, ବୁର୍ଲା, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼କୁ ନେଇ ୱେସ୍‌କୋର ୫ଟି ସର୍କଲ୍ ଓ ଗଂଜାମ ସହର, ବହ୍ମପୁର, ଆସ୍କା,ଭଂଜନଗର, ଜୟପୁର ଏବଂ ରାୟଗଡ଼ାକୁ ନେଇ ସାଉଥ୍‌କୋର ୬ଟି ସର୍କଲ୍‌ରେ ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଠାରୁ ଲେଟର୍ ଅଫ୍ ଇଟେଂଟ୍ (ଏଲ୍‌ଓଆଇ) ହାସଲ କରିଛି । ବିଡ୍ କାଗଜପତ୍ରର ସର୍ତ ଅନୁସାରେ ପରିଚାଳନା ନିୟନ୍ତ୍ରଣ ପାଇଁ ଟାଟା ପାଓ୍‌ବାର ୫୧% ଇକ୍ୱିଟି ଅଂଶଧନ ହାସଲ କରିବ ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଗ୍ରିଡ୍‌କୋ ପାଖରେ କଂପାନିର ବଳକା ୪୯% ଇକ୍ୱିଟି ଅଂଶଧନ ରହିବ ।

ଏହି ଲାଇସେନ୍ସ ଟାଟା ପାୱାର୍‌କୁ ଓଡ଼ିଶାର ପଶ୍ଚିମାଂଚଳ (ୱେସ୍‌କୋ) ଓ ଦକ୍ଷିଣାଚଂଳ (ସାଉଥ୍‌କୋ) ସହିତ ୪୭,୦୦୦ କିମି ଲେଖାଏଁ ଅଧିକ ଅଂଚଳରେ ପରିବ୍ୟାପ୍ତ ଭୌଗୋଳିକ ଅଂଚଳରେ ସେବା ପ୍ରଦାନ କରିବ ଏବଂ ୧୦୦,୦୦୦ ସିକେଟିରୁ ଅଧିକ କିମି
ନେଟ୍‌ୱର୍କର ପରିଚାଳନା କରିବ । ଏହି ଦୁଇ ବିତରଣ ୟୁଟିଲିଟିର ଲାଇସେନ୍ସ ଅବଧି ହେଉଛି ୨୫ ବର୍ଷ । ୱେସ୍‌କୋ ବାର୍ଷିକ ୭୫୨୦
ଏମ୍‌ୟୁ ଇନ୍‌ପୁଟ ସହିତ ୨.୦ ନିୟୁତ ଗ୍ରାହକ ଏବଂ ସାଉଥ୍‌କୋ ୩୪୭୦ ଏମ୍‌ୟୁ ବାର୍ଷିକ ଇନ୍‌ପୁଟ୍ ସହ ୨.୩ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ୱେସ୍‌କୋ ଓ ନେସ୍‌କୋ ସହ ଉଭୟ ଡିସ୍‌କମ୍‌କୁ ମିଶାଇଲେ ଟାଟା ପାୱାର ଗ୍ରାହକ ସଂଖ୍ୟା ଯାହା କେନ୍ଦ୍ର ଓଡ଼ିଶା, ଦିଲ୍ଲୀ, ମୁମ୍ବାଇ, ଦିଲ୍ଲୀ ଏବଂ ଆଜମିରରେ ୫.୭ ନିୟୁତ ରହିଛି ତାହା ୧୦ ନିୟୁତରେ ପହଂଚିବ ।

ଓଡ଼ିଶାର ପଶ୍ଚିମାଚଂଳ ଓ ଦକ୍ଷିଣାଚଂଳର ବିଦ୍ୟୁତ ବିତରଣ ବ୍ୟବସ୍ଥାର ଉନ୍ନତି ଓ ଆଧୁନିକୀକରଣ ପାଇଁ ଟାଟା ପାୱାର ପ୍ରତିବଦ୍ଧ । କଂପାନି ଭରସାଯୋଗ୍ୟତା ବଢ଼ାଇବା, ଏଟିଆଣ୍ଡସି କ୍ଷତି ହ୍ରାସ କରିବା ଏବଂ ଉତ୍କୃଷ୍ଟ ଗ୍ରାହକ ସେବା ପ୍ରଦାନ କରିବାକୁ ଅଗ୍ରାଧିକାର ଦେଉଛି । କଂପାନି ୱେସ୍‌କୋ ଓ ସାଉଥ୍‌କୋର ସମସ୍ତ କର୍ମଚାରୀଙ୍କୁ ପାଖରେ ରଖିବ ଏବଂ ପୁରୁଣା ନୀତି ଢ଼ାଂଚା ଅନୁସାରେ ସେମାନଙ୍କ ସେବାର ସର୍ତାବଳୀ ଜାରି ରହିବ । ୱେସ୍‌କୋ ଓ ନେସ୍‌କୋ ପରିଚାଳନାରେ ପରିବର୍ତନର ଅଂଶସ୍ୱରୂପ ଶ୍ରେଷ୍ଠ ପଦ୍ଧତି ଓ ନୂତନ ପ୍ରଯୁକ୍ତିକୁ ହାସଲ କରିବାର ସୁଯୋଗ ଦେଇ ସମସ୍ତ କର୍ମଚାରୀମାନଙ୍କ ଜ୍ଞାନ ଏବଂ କୌଶଳ ବଢ଼ାଇବର ସୁଯୋଗ ଟାଟା ପାୱାର ପ୍ରଦାନ କରିବ ।

ଏହି ଅବସରରେ ଶ୍ରୀଯୁକ୍ତ ପ୍ରବୀର ସିହ୍ନା, ସିଇଓ ଓ ଏମ୍‌ଡି, ଟାଟା ପାୱାର କହିଛନ୍ତି ଯେ, “ଏହା ଆମ ପାଇଁ ଏକ ଗୌରବର ମୁହୁର୍ତ । ଏହି ସୁଯୋଗ ଦେଇଥିବାରୁ ଆମେ ଓଡ଼ିଶା ସରକାର ଏବଂ ଓଇଆର୍‌ସିଙ୍କ ନିକଟରେ କୃତଜ୍ଞ । ଅଭିନବ ପ୍ରଯୁକ୍ତି ଜରିଆରେ ଭରସାଯୋଗ୍ୟ, ସୁଲଭ ମୂଲ୍ୟର ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସହିତ ଉତ୍କୃଷ୍ଟ ଗ୍ରାହକ ସେବା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଆମେ ଦେଶର ସବୁଠୁ ପସନ୍ଦର ବିଦ୍ୟୁତ ବିତରଣ କଂପାନି ହେବାକୁ ଉଦ୍ୟମ କରୁଛୁ । ଦିଲ୍ଲୀ, ମୁମ୍ବାଇ ଓ ଆଜମିର ବିତରଣରେ ଆମର ସଫଳତା ସହିତ ଖୁବ୍ କମ୍ ସମୟରେ କେନ୍ଦ୍ର ଓଡ଼ିଶାରେ ଉନ୍ନତି ସିତ ଆମେ ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିଛୁ ।

Leave a Reply

Your email address will not be published.