ବଜାରରେ ଟାଟାର ବ୍ୟାଟେରୀ କାର୍‌: ୯ଲକ୍ଷ୪୪ ହଜାରରେ ଟିଗୋର ସିଡାନ୍‌

ଭୁବନେଶ୍ଵର, (ଓଟି): ଟାଟା ମୋଟର୍ସ ଏହାର ବ୍ୟାଟେରୀ କାର୍‌କୁ ବଜାରରେ ପ୍ରବେଶ କରାଇଛି। ଟିଗୋର ସିଡାନ୍‌ର ଏହି ଇଭି କାର୍‌ ଦେଶର ୩୦ଟି ସହରରେ ଉପଲବ୍ଧ ହୋଇଛି। ଏହାର ମୂଲ୍ୟ ସମସ୍ତ ସରକାରୀ ରିଆତି ପରେ ୯.୪୪ ଲକ୍ଷ ଟଙ୍କା ରହିଛି। ଏହା ଏକ୍ସ ଶୋରୁମ୍‌ ଦାମ୍‌। 

 ଏହି କାରରେ ରହିଛି ଏକ ୨୧.୫ କିଲୋଓ୍ଵାଟ ବ୍ୟାଟେରୀ ।  ଗୋଟିଏ ଥର ଚାର୍ଜ କଲେ  ପ୍ରାୟ ୨୧୩ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏଥିରେ ଦୁଇଟି ଚାର୍ଜିଂ ପଏଣ୍ଟ ରହିଛି-ଗୋଟିଏ ସ୍ଲୋ(ଧୀର) ଚାର୍ଜିଂ ପାଇଁ, ଅନ୍ୟଟି ଫାଷ୍ଟ (ଦ୍ରୁତ) ଚାର୍ଜିଂ ପାଇଁ ।  ସାଧାରଣ ଏସି ପଏଣ୍ଟରୁ ଚାର୍ଜ କଲେ ତାହା ଧୀର ହୋଇଥାଏ।  

ଦୁଇଟି ଏୟାରବ୍ୟାଗ୍‌ ସହ ଟାଟାର ଏହି କାର୍‌ ତିନୋଟି ରେଞ୍ଜ୍‌ରେ ବଜାରରେ ଉପଲବ୍ଧ ହେବ। ୩ ବର୍ଷ ବା ୧ଲକ୍ଷ ୨୫ ହଜାର କିଲୋମିଟର ଯାତ୍ରା ଉପରେ କମ୍ପାନୀ ୱାରେଣ୍ଟି ଘୋଷଣା କରିଛି। 

Leave a Reply

Your email address will not be published.