‘ୱାର୍’ ଉପରେ ଭାରି ପଡ଼ିଲା ‘ସୈରା: ନରସିଂହା ରେଡ୍ଡି’, ପ୍ରଥମ ଦିନର କଲେକ୍ସନ୍ ୮୨ କୋଟି

0
39
advertisement

ଗାନ୍ଧୀ ଜୟନ୍ତୀରେ ରିଲିଜ୍ ହୋଇଥିବା ‘ୱାର୍’ ଓ ‘ସୈରା: ନରସିଂହା ରେଡ୍ଡି’, କେହି କାହାକୁ ଉଣା ନୁହନ୍ତି । ହ୍ରିତିକ୍ ଓ ଟାଇଗରଙ୍କ ଭଳି ଆକ୍ସନ୍ ତାରକାଙ୍କ ଅଭିନୀତ ‘ୱାର୍’ ପ୍ରଥମ ଦିନ ୫୧ କୋଟି ଟଙ୍କାର ବ୍ୟବସାୟ କରି ବକ୍ସଅଫିରେ୍ ଧମାକା କରିଥିବାବେଳେ ସାଉଥ୍ ସୁପରଷ୍ଟାର୍ ଚିରଞ୍ଜିବୀ ଓ ମହାନାୟକ ବିଗ୍ ବିଙ୍କ ଅଭିନୀତ ‘ସୈରା: ନରସିଂହା ରେଡ୍ଡି’ ତା’ ଉପରେ ଭାରି ପଡ଼ିଛି । ‘ସୈରା: ନରସିଂହା ରେଡ୍ଡି’ର ପ୍ରଥମ ଦିନର ଭାରତୀୟ ବକ୍ସ ଅଫିସ୍ କଲେକସନ୍ ଥିଲା ୬୯ କୋଟି ଟଙ୍କା । ୱାର୍ଲୱାଇଡ୍ କଲେକସନକୁ ମିଶାଇ ଏହା ହେଉଛି ୮୨ କୋଟି ଟଙ୍କା । ସୁରେନ୍ଦ୍ର ରେଡ୍ଡିଙ୍କ ନିର୍ଦ୍ଦେଶିତ ‘ସୈରା: ନରସିଂହା ରେଡ୍ଡି’ ଆନ୍ଧ୍ରପ୍ରଦେଶ/ନିଜାମରେ ୫୩ କୋଟି, କର୍ଣ୍ଣାଟକରେ ୧୧ କୋଟି, ‘ତାମିଲନାଡ଼ୁ ଓ କେରଳରେ ୨କୋଟି ଓ ଭାରତର ଅନ୍ୟାନ୍ୟ ସହରକୁ ମିଶାଇ ୩ କୋଟି ଟଙ୍କାର କଲେକସନ୍ କରିଛି ।

ଫିଲ୍ମ ସମୀକ୍ଷକ ଗିରୀଶ ଜେହାର୍ଙ୍କ ସୂଚନା ଅନୁଯାୟୀ ଏହା ଚିରଞ୍ଜିବୀଙ୍କ ସବୁଠାରୁ ବଡ଼ ଓପନିଙ୍ଗ୍ ଫିଲ୍ମ ହେଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ସାଉଥର ୪ଟି ଫିଲ୍ମର ରେକର୍ଡ଼ ଭାଙ୍ଗିବାରେ ଅସମର୍ଥ ରହିଛି । ଏହି ତାଲିକାର ସବୁଠାରୁ ଟପରେ ରହିଛି ‘ବାହୁବଳୀ: ଦ କନକ୍ଲୁଜନ୍’ । ଏହାର ଫାଷ୍ଟ୍ ଡେ’ କଲେକସନ୍ ଥିଲା ୨୧୪ କୋଟି ଟଙ୍କା । ଅନ୍ୟ ପକ୍ଷରେ ବିଗ୍ ବି ଓ ଅମୀରଙ୍କ ଅଭିନୀତ ‘ଠଗସ୍ ଅଫ୍ ହିନ୍ଦୁସ୍ତାନ୍’ର ଓପନିଙ୍ଗ୍ ଡେ’ ବ୍ୟବସାୟର ରେକର୍ଡ଼କୁ ଭାଙ୍ଗି ‘ୱାର୍’ ଆଗକୁ ବଢ଼ିଛି । ଏହା ସହିତ ଆଡଭାନ୍ସ ବୁକିଂ କ୍ଷେତ୍ରରେ ମଧ୍ୟ ‘ୱାର୍’ ବଲିଉଡରେ ଇତିହାସ ରଚିଛି । ପ୍ରଥମ ଥର ପାଇଁ କୌଣସି ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ କ୍ଷେତ୍ରରେ ୩୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଛି ।