ସୁସ୍ମିତାଙ୍କ ‘ଆରୟା’କୁ ପ୍ରଶଂସା କଲେ ସଲମାନ ଖାନ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ): ବହୁ ଦିନ ପରେ ପୁଣିଥରେ ପରଦାକୁ କମବ୍ୟାକ୍ କରିବାକୁ ଯାଉଛନ୍ତି ସୁସ୍ମିତା ସେନ୍ । ତାଙ୍କ ଅଭିନୀତ ୱେବସିରିଜ ‘ଆରୟା’କୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିବାରେ ଲାଗିଛି ।

ଲୋକପ୍ରିୟ ଅଭିନେତ୍ରୀ ସୁଷ୍ମିତା ସେନଙ୍କ କମବ୍ୟାକ୍ ଫିଲ୍ମକୁ ଭାଇଜାନ୍ ସଲମାନ୍ ମଧ୍ୟ ପ୍ରଶଂସା କରିଛନ୍ତି ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ତାଙ୍କୁ ସୁଷ୍ମିତାଙ୍କୁ ପ୍ରଶଂସା କରିଛନ୍ତି । ‘ଭରୋସା ଓହି ତୋଡତେ ହେଁ ଜିନ୍ ପର ଭରୋସା କିଆ ଜାତା ହେ’ ଏଭଳି ଏକ ଦମଦାର ଡାଇଲଗ ଶୁଣିବାକୁ ଚାହିୁଁଥିଲେ ସ୍ୱାଗତ କରନ୍ତୁ ‘ଆରୟା’କୁ ।

ଏଭଳି ପୋଷ୍ଟ କରି ସଲମାନ ଏକ କ୍ୟାପସନରେ ଲେଖିଛନ୍ତି ଯେ- ସ୍ୱାଗତ ତୋ କରୋ ଆରୟା କା । ସୁଷ୍ମିତା କି ଶାନଦାର କମବ୍ୟାକ୍ କରିଛନ୍ତି ଓ ଏହା କି ବଢିଆ ଶୋ ।

ବଲିଉଡର ଅନ୍ୟତମ ଲୋକପ୍ରିୟ ନାୟିକା ସୁଷ୍ମିତା ସେନ୍ ବହୁ ଦିନରୁ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ । ସୁଷ୍ମିତାଙ୍କ ଫ୍ୟାନଙ୍କ ପାଇଁ ଏହା ଖୁସି ଖବର ହୋଇଥିବା ବେଳେ ୱେବସିରିଜଟି ଓଟିଟି ପ୍ଲାଟଫର୍ମ ଓ ଡିଜନୀ ହଟ୍ ଷ୍ଟାରରେ ଉପଲବ୍ଧ । ଏହାକୁ ଦର୍ଶକ ମାନେ ମଧ୍ୟ ପସନ୍ଦ କରିଛନ୍ତି ।

ୱେବସିରିଜରେ ସୁଷ୍ମିତାଙ୍କ ସହ ଷ୍ଟାର କାଷ୍ଟରେ ରହିଛନ୍ତି ଚନ୍ଦ୍ରଚୂର ସିଂହ, ସିକନ୍ଦର ଖେର, ମାୟା ସରାଓ, ଫ୍ଲୋରା ସୈନି, ଜୟନ୍ତ କ୍ରିପାଲିନ୍‌, ନମିତ ଦାସ ଓ ମନିଷ ଚୌଧୁରି ଭଳି ଅନେକ କଳାକାର ।

Leave a Reply

Your email address will not be published.

%d bloggers like this: