ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଣ୍ଡରୱାର୍ଲ୍ଡର ହାତ ରହିଛି; ଏଭଳି ଦାବି କଲେ ର’ର ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏବେ ଏହି ମାମଲାରେ ର’ର ପୂର୍ବତନ ଅଧିକାରୀଙ୍କ ଦାବି ସମସ୍ତଙ୍କୁ ଚକିତ କରୁଛି ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ଅଣ୍ଡରୱାର୍ଲ୍ଡ ଓ ବଲିଉଡର ହାତ ରହିଥିବା ର’ର ପୂର୍ବତନ ଅଧିକାରୀଙ୍କ ଦାବି କରିଛନ୍ତି । ଏମିତି ବି ସମ୍ଭବ ସୁଶାନ୍ତଙ୍କ ଘରେ ରହୁଥିବା କର୍ମଚାରୀଙ୍କୁ ପଇସା ଦେଇ ତାଙ୍କୁ ହତ୍ୟା କରିବା ପାଇଁ ଚାପ ପକାଇ ଥାଇପାରନ୍ତି ।

ର’ର ପୂର୍ବତନ ଅଧିକାରୀ ଏନ କେ ସୁଦ୍ କହିଛନ୍ତି ଯେ ସୁଶାନ୍ତଙ୍କ ମାମଲାରେ ଅର୍ଥର ଆଙ୍ଗେଲ୍ କେବଳ ଲୋକଙ୍କ ଧ୍ୟାନ୍ ଭଟକାଇବା ପାଇଁ କରାଯାଉଛି । ମୁଁ ପ୍ରଥମରୁ କହିଥିଲି ଯେ ତାଙ୍କ ମୃତ୍ୟୁରେ ଅଣ୍ଡରୱାର୍ଲ୍ଡର ହାତ ରହିଛି । ଅଣ୍ଡରୱାର୍ଲ୍ଡ ଲୋକ ଏମିତି ହିଁ କାମ କରିଥାନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ବିଭିନ୍ନ ଆକାଉଣ୍ଟରେ ପଇସା ଜମା କରିବା କେବଳ ଗୋଟିଏ ପ୍ଲାନିଂ । ଅପରାଧି ମାନେ ଜାଣିଣୁଣି ଏମିତି କରିଛନ୍ତି । ଯାହା ଫଳରେ ପୋଲିସର ଧ୍ୟାନ୍ ମନି ଟ୍ରାଞ୍ଜାକସନ୍ ଉପରେ ରହିବ ଏବଂ ଅସଲି ଅପରାଧି ମାନଙ୍କ ପାଖରେ ପହଞ୍ଚିନପାରିବ । ଏଭଳି ମାମଲାରେ ଲୋକମାନେ ଗ୍ୟାଙ୍ଗଷ୍ଟାରଙ୍କ ବିରୋଧରେ ମୁହଁ ଖୋଲିବା ପାଇଁ ଡରିଥାନ୍ତି ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଭାର ସିବିଆଇ ନେଇଛି । ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ ।

ଏପରିକି ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ । ଯାହାକୁ ନେଇ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published.