ସୁଶାନ୍ତଙ୍କ ସାଙ୍ଗ କହିଲେ ସୁରକ୍ଷା ମିଳିଲେ, କହିବି ବହୁତ କିଛି କଥା

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏହି ମାମଲାରେ ତାଙ୍କ ସାଙ୍ଗ ଗଣେଷ ହିବରକର କହିଛନ୍ତି ସୁଶାନ୍ତ କେବେ ଆତ୍ମହତ୍ୟା କରିପାରିବେ ନାହିଁ ।

“ଦିଶାଙ୍କ ମୃତ୍ୟୁ ସମ୍ପର୍କରେ ସୁଶାନ୍ତ ବହୁତ କିଛି ଜାଣିଥିଲେ । ସେ କେବେ ଆତ୍ମହତ୍ୟା କରିପାରିବେ ନାହିଁ । ଏହାଛଡା ତାଙ୍କ ମୃତ୍ୟୁ ପୂର୍ବରୁ ଏକ ବଡ ପାର୍ଟି ହୋଇଥିଲା, ଯେଉଁଥିରେ ନାମୀଦାମୀ ଲୋକ ସାମିଲ ହୋଇଥିଲେ । ତାଙ୍କୁ ଜଣାଅଛି ସୁଶାନ୍ତଙ୍କ ବିରୋଧରେ କିଏ ଷଡଯନ୍ତ୍ର କରିଥିଲେ । ମୋତେ ସୁରକ୍ଷା ମିଳିଲେ ସବୁ କିଛି କହିବି” ବୋଲି ପୋଲିସ ନିକଟରେ ଦାବି କରିଛନ୍ତି ଗଣେଷ ହିବରକର ।

ଏହି ସମୟରେ ଗଣେଷ ସନ୍ଦୀପ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ନାମ ମଧ୍ୟ ଉଠାଇଛନ୍ତି ।

ନିକଟ ଅତୀତରେ ସୁଶାନ୍ତଙ୍କ ମୃତଦେହ ସହ ଥିବା ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ ଏଭଳି କିଛି ବୟାନ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ, ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ତାଙ୍କ କହିବାନୁଯାୟୀ ସୁଶାନ୍ତଙ୍କ ଶରୀର ହଳଦିଆ ପଡି ଯାଇଥିଲା । ଏପରିକି ତାଙ୍କ ଗୋଡ ବଙ୍କା ହେବା ପରି ଲାଗୁଥିଲା, ଯେମିତିକି ତାଙ୍କ ଗୋଡ ଭାଙ୍ଗି ଯାଇଛି । ତାଙ୍କ ମୁହଁରୁ ଫେଣ ବାହାରୁ ନଥିଲା । ତାଙ୍କ ଏକ୍ସପରିଏନ୍ସ ଆଧାର କରି ସମ୍ପୃକ୍ତ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ ପ୍ରକାଶ କରିଛନ୍ତି ଯେ ଅଭିନେତାଙ୍କ ଶରୀରରେ ଅନେକ ଦାଗ ରହିଥିଲା କିନ୍ତୁ ତାଙ୍କ ବେକରେ ଥିବା ଦାଗ ଅଧିକ ସନ୍ଦେହ ପୂର୍ଣ୍ଣ ଲାଗୁଥିଲା ।

ସେହିପରି ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ଅଭିଯୋଗ କରିଥିଲେ ପିତା କେେ କେ ସିଂହ । ଏପରିକି ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ ଦାଏର କରିଥିଲେ । ଯାହା ଫଳରେ ରିୟା ଓ ତାଙ୍କ ପରିବାର ଏବଂ କିଛି ସହଯୋଗୀ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ସମ୍ମୁଖୀନ ହୋଇଛନ୍ତି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published.