ରିୟା ଚକ୍ରବର୍ତ୍ତୀଙ୍କୁ କାହିଁକି ବିଷ କନ୍ୟା କହିଲେ ବିହାର ମନ୍ତ୍ରୀ

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ ନେଇଛି । ଗୋଟେ ପଟେ ପୋଲିସ ଭିନ୍ନ ଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଥିବା ବେଳେ ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ମଧ୍ୟ କରାଯାଉଛି ।

ଏପଟେ ବିହାରର ସବୁ ପ୍ରମୁଖ ଦଳ ମାନେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଯାଉଛି । ଏଭଳି ସମୟରେ ବିହାର ସରକାରର ଜଣେ ମନ୍ତ୍ରୀ ମହେଶ୍ୱର ହଜାରୀ ଗଣମାଧ୍ୟମ ସହ ଆଲୋଚନା ସମୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କେବଳ ସୁପାରୀ କିଲର ନୁହେଁ ବରଂ ବଲିଉଡର ବିଷ କନ୍ୟା ବୋଲି ଆକ୍ଷେପ ମଧ୍ୟ କରିଛନ୍ତି ।

ଯିଏକି ସୁଶାନ୍ତଙ୍କୁ ପ୍ରେମ ଜାଲରେ ଫସାଇବା ସହ ତାଙ୍କ ଜୀବନ ନେଇଯାଇଛି । ଏପରିକି ସୁଶାନ୍ତଙ୍କ ମୃତ୍ୟୁ ପଛରେ ଏକ ବଡ ଗ୍ୟାଙ୍ଗ ରହିଛି ବୋଲି ମନ୍ତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି । ନିକଟରେ ସୁଶାନ୍ତଙ୍କ ବାପା ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଯେମିତିକି ପୁଅକୁ ଆତ୍ମହତ୍ୟା କରିବା ଲାଗି ରିୟା ଉସୁକାଉଥିଲେ ।

ତେବେ ଏହି ଘଟଣାରେ ବିହାର ପୋଲିସ ମୁମ୍ବାଇ ଆସି ଘଟଣାର ଖୋଳତାଡ ମଧ୍ୟ ଆରମ୍ଭ କରିଦେଇଛି । ଏହାବ୍ୟତିତ ଅର୍ଥ ହେରଫେର ନେଇ ଇଡି ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

ଏହି ମାମଲାରେ ପୂର୍ବରୁ ମୁମ୍ବାଇ ପୋଲିସ ସଞ୍ଜୟ ଲୀଲା ଭଂସାଲିଙ୍କ ସମେତ ଏଯାଏଁ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏହି ମାମଲାରେ ପୋଲିସ ଏଯାଏଁ ବହୁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।

ସୁଶାନ୍ତ କାଇ ପେ ଛେ, ସୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସି, ଏମ.ଏସ.ଧୋନୀ, କେଦାରନାଥ ଓ ଛିଛୋରେ ଭଳି ଫିଲ୍ମରେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।

 

Leave a Reply

Your email address will not be published.