ଶରତଙ୍କ ପୁତ୍ର ସୂରଜ ଜଟଣୀରେ ହେବେ ବିଜେଡି ପ୍ରାର୍ଥୀ!

0
1347
advertisement

ଜଟଣୀ ନିର୍ବାଚନମଣ୍ଡଳୀରେ ଏଥର ବିଜେଡି ନୂଆ ପ୍ରାର୍ଥୀ ଦେବ। ପୂର୍ବତନ ବିଧାୟକ ଶରତ ପାଇକରାୟଙ୍କ ପୁତ୍ର ଇଞ୍ଜିନିୟର ସୁରଜ ପାଇକରାୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରିବା ପରେ ଏହି ଆଶା ଦେଖାଦେଇଛି। ସୁରଜ ବି ନବୀନଙ୍କ ଆର୍ଶୀବାଦ ପାଇ ଜଟଣୀରେ ସଭା, ଶୋଭାଯାତ୍ରା ସହିତ ଗାଁକୁ ଗାଁ ବୁଲିବାରେ ଲାଗିଛନ୍ତି। ପିତା ଶରତଙ୍କ ଲୋକପ୍ରିୟତା ଓ ଜନସମ୍ପର୍କ ଯୋଗୁଁ ତାଙ୍କୁ ବେଶ‍୍‌ ଲୋକ ସମର୍ଥନ ମିଳୁଥିବାବେଳେ ଲୋକେ ବି ୨୫ବର୍ଷ ବୟସ୍କ ଏକ ଶିକ୍ଷିତ ଯୁବକଙ୍କୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

advertisement

ଜଟଣୀ ବିଧାନସଭା କ୍ଷେତ୍ରରେ ସୁରଜଙ୍କ ଆର୍ବିଭାବ ଏବେ ଉଭୟ ବର୍ତ୍ତମାନର ବିଧାୟକ ମିଟୁ ବଡଜେନା ଓ ପୂର୍ବତନ ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଉଭୟଙ୍କୁ ବିଜେଡି ପ୍ରାର୍ଥୀ କରିବା ବଦଳରେ ଏଠାରେ ସୁରଜଙ୍କ ଭଳି ଜଣେ ନୂଆ ନେତାଙ୍କୁ ଛିଡା ସପକ୍ଷରେ ଥିବା ଆଭାସ ମିଳୁଛି। ସୁରଜଙ୍କ ପିତା ଶରତ ଜଟଣୀ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ହୋଇଥିବାବେଳେ ଉଭୟ ଜନତାଦଳ ଓ ବିଜେଡି ଟିକଟରୁ ସିଏ ବିଧାନସଭାକୁ ପ୍ରାର୍ଥୀ ହୋଇଥିଲେ। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ସେ ଥିଲେ ଜଣେ ଅନୁଗାମୀ।

ଶରତଙ୍କ ବିୟୋଗ ପରେ ଜଟଣୀ ବିଧାନସଭା ଆସନରୁ ବିଭୂତି ବଳବନ୍ତରାୟ ବିଧାୟକ ହୋଇଥିବାବେଳେ ୨୦୧୪ ରେ ବିଜେଡି ଶ୍ରୀ ବଡଜେନାଙ୍କୁ ଭୁବନେଶ୍ୱରରୁ ହଟାଇ ଜଟଣୀ ନେଇଥିଲେ। ଶ୍ରୀ ବଡଜେନା ଜଟଣୀରୁ ଜିଣିବା ଫଳରେ ବିଜେଡି ତାହାର ଆସନଟି ବଜାୟ ରଖିଥିଲା। ହେଲେ ଇତି ମଧ୍ୟରେ ଉଭୟ ଶ୍ରୀ ବଡଜେନା ଓ ପୂର୍ବତନ ବିଦାୟକ ଶ୍ରୀ ବଳବନ୍ତରାୟ ବିଜେଡି ଟିକଟ ପାଇଁ ଆଶାୟୀ ଅଛନ୍ତି।

କିନ୍ତୁ ଶରତଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଦୀଘଦିନ ନିରବ ରହିବାପରେ ପୁତ୍ର ସୁରଜ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଇଞ୍ଜିନିୟରିଂ ଡିଗ୍ରୀଧାରୀ ସୁରଜଙ୍କ ଲୋକପ୍ରିୟତା ଜଟଣୀରେ ବଢି ଚାଲିଥିବାବେଳେ ସାଧାରଣ ଲୋକେ ତାଙ୍କୁ ମଧ୍ୟ ତାଙ୍କୁ ଗ୍ରହଣ କରିବାରେ ଲାଗିଛନ୍ତି। ସୁରଜ ପ୍ରତିଦିନ ଜଟଣୀର ଗାଁ ଗହଳରେ ସଭା କରିବା ସହିତ ସାଧାରଣ ଲୋକଙ୍କ ସହିତ ମିଶୁଛନ୍ତି। ବିଶେଷକରି ନବୀନ ପଟ୍ଟନାୟକଙ୍କୁ ଭେଟିବାପରେ ସୁରଜ ତାଙ୍କର ରାଜନୈତିକ କାର୍ଯ୍ୟକଳାପକୁ ଜୋରଦାର କରିଛନ୍ତି। ଜଟଣୀବାସୀ ଏବେ ନିଜ ମାଟିର ଜଣେ ଉଚ୍ଚଶିକ୍ଷିତ ପୁଅକୁ ଚାହୁଁଥିବା ବି ସ୍ପଷ୍ଟ ବାରିହୋଇ ପଡୁଛି। କାରଣ ସୁରଜ ଯେଉଁଠାରେ ସଭା କରୁଛନ୍ତି ସେଠାରେ ଯୁବକ ଓ ମହିଳାଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି।

ଜଟଣୀ ନିର୍ବାଚନମଣ୍ଡଳୀ ଉପରେ ଏବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଗୁରୁତ୍ୱ ଦେଉଥିବାବେଳେ ତାଙ୍କୁ କାଉଣ୍ଟର କରିବାପାଇଁ ବିଜେଡି ପୁରୁଣା ନେତାଙ୍କ ବଦଳରେ ସୁରଜଙ୍କ ଭଳି ଜଣେ ନୂଆ ନେତାଙ୍କୁ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଥିବା ସୂଚନା ପାଇବାପରେ ଶ୍ରୀ ବଡଜେନା ଓ ଶ୍ରୀ ବଳବନ୍ତରାୟ ଏବେ ବିକଳ୍ପ ଯୋଜନା ସନ୍ଧାନରେ ଅଛନ୍ତି। ତେବେ ସୁରଜ ପ୍ରାର୍ଥୀ ହେଲେ ବିଜେଡି ଜିଣିବା ସୁନିଶ୍ଚିତ ବୋଲି ବ୍ୟାପକ ଆଲୋଚନା ଚାଲିଛି।