ସୁର ବାବାଙ୍କ ବିରୋଧରେ ପୁଣି ଯୌନ କେଳେଙ୍କାରୀ ଅଭିଯୋଗ

ବାଲିପାଟଣା ତ୍ରାହିଅଚ୍ୟୁତ ଆଶ୍ରମର ସୁରେନ୍ଦ୍ର ମିଶ୍ର ଓରଫ ସୁରବାବା ପୁଣି ବିବାଦ ଘେରରେ ଫସିଛନ୍ତି। ବାବାଙ୍କ ଯୌନ କେଳେଙ୍କାରୀ ମାମଲା ପୁଣି ଲେଉଟିଛି। ଦୀର୍ଘ ୨ ବର୍ଷ କାଳ ଜେଲରେ ରହି ସୁର ବାବା ବେଲରେ ଆସିଥିଲେ। ରାତି ଅଧରେ ବନ୍ଦ କୋଠରୀରେ ଜଣେ ମହିଳାଙ୍କୁ ତ୍ରାହି ଅଚ୍ୟୁତ୍ଆଶ୍ରମରେ ସୁରବାବା ଯୌନ ନିର୍ଯାତନା ଦେଉଥିଲେ। ଏ ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ବାବାଙ୍କ ଅନୁଗତ। ହେଲେ ନିର୍ଯାତନା ସୀମା ଟପିବାରୁ ପୀଡ଼ିତା ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଜନୈକା ମହିଳା ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ବାଲିପାଟଣାସ୍ଥିତ ତ୍ରାହି ଅଚ୍ୟୁତନଗରର ବାସିନ୍ଦା ଦୀପସୁନ୍ଦର ସ୍ୱାଇଁଙ୍କ ସହିତ ତାଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା । କିନ୍ତୁ ମହିଳାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା ଏବଂ ମାଆ ହେଉଛନ୍ତି ଭିନ୍ନକ୍ଷମ । ପରେ ଦୀପସୁନ୍ଦରଙ୍କ ସହିତ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା । ଏହାପରେ ଦୀପସୁନ୍ଦର ଓ ତାଙ୍କ ମାଆ ଜ୍ୟୋସ୍ନା ସମ୍ପୃକ୍ତ ମହିଳାଙ୍କୁ ଗଂଜାମରୁ ଆଣି ତ୍ରାହିଅଚ୍ୟୁତ ନଗରରେ ଏକ ଘର ଭଡ଼ା ନେଇ ରହୁଥିଲେ ।

ଦୀପସୁନ୍ଦରଙ୍କ ମାଆ ଜାନୁୟାରୀ ମାସ ୨୪ ତାରିଖ ରାତିରେ ମହିଳା ଜଣଙ୍କୁ କହିଥିଲେ ତ୍ରାହିଅଚ୍ୟୁତ ଆଶ୍ରମକୁ ଯିବା ସେଠାରେ ବାବା ପୂଜାର୍ଚ୍ଚନା କରୁଛନ୍ତି । ସମ୍ପୃକ୍ତା ମହିଳା ମଧ୍ୟ ଆଶ୍ରମକୁ ଯିବା ପାଇଁ ରାଜି ହୋଇଗଲେ । ଆଶ୍ରମକୁ ଗଲାବେଳେ ସୁରବାବା ଏକ ଅନ୍ଧାର କୋଠରୀରେ ବସିଥିଲେ । ଏହାପରେ ଉକ୍ତ କୋଠରୀକୁ ସମ୍ପୃକ୍ତ ମହିଳାଙ୍କୁ ଦୀପୁସନ୍ଦରଙ୍କ ମାଆ ଛାଡ଼ି କବାଟ ବନ୍ଦ କରିଦେଇଥିଲେ । ସେଠାରେ ସୁରବାବା ସମ୍ପୃକ୍ତ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । କୌଶଳ କ୍ରମେ ସେଠାରୁ ଖସିଆସି ମହିଳା ପାଟିକରି ନିଜ ସମ୍ପର୍କୀୟ ଭାଇ ନାରାୟଣ ଗୌଡ଼ଙ୍କୁ ଖବର ଦେଇଥିଲେ । ପରେ ସମସ୍ତେ ମିଶି ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଅନ୍ୟପଟେ ବାବାଙ୍କ ଚେଲାମାନେ ଏ କଥା ପ୍ରଘଟ କଲେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ସମ୍ପୃକ୍ତ ମହିଳାଜଣଙ୍କ କହିଛନ୍ତି । ସେପଟେ ଅଭିଯୋଗକୁ ନେଇ ସୁର ବାବାଙ୍କ ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published.